ଉଦଳା(ମାନସ ପାଣି): “ମାର୍ଚ୍ଚ ୫ ସନ୍ଧ୍ୟା ସାଢ଼େ ୬ଟାରୁ ମୋ ସ୍ୱାମୀଙ୍କୁ କିଏ ଅପହରଣ କରି ନେଇଛନ୍ତି। ଉଦଳା ବସ୍ ଷ୍ଟାଣ୍ଡରେ ଓହ୍ଲାଇ ଫୋନ୍ କରି ମୋତେ ଆକାଉଣ୍ଟ୍ ନମ୍ବର ମାଗିଥିଲେ। ତା’ପରଠୁ ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା”। ଏଭଳି କିଛି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ୧୧ ନମ୍ବର ଓ୍ୱାର୍ଡରୁ। ୪ ଦିନ ହେଲା ଜଗଦାନନ୍ଦ ମହାପାତ୍ର ନାମକ ଯୁବକଙ୍କ ପତ୍ତା ମିଳୁନାହିଁ। ଯାହାକୁ ନେଇ ପରିବାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
ସୂଚନା ଅନୁସାରେ, ମାର୍ଚ୍ଚ ୫ରେ ଜଗଦାନନ୍ଦ ନିଜ ଗାଁ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଆରମଳାକୁ ଯାଇଥିଲେ। ସେଠାରେ ତାଙ୍କ ସାବତ ମା’ ରୁହନ୍ତି। ଉକ୍ତ ଦିନ ସେଠାରୁ ସେ ବସ୍ ଯୋଗେ ଉଦଳା ଫେରିଥିଲେ। ସନ୍ଧ୍ୟାରେ ଉଦଳା ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପରେ ସ୍ତ୍ରୀ ସରିତାଙ୍କ ସହ ଜଗଦାନନ୍ଦ ଫୋନରେ କଥା ହୋଇଥିଲେ। କିଛି କାମ ବାକି ଅଛି ଓ ତା’ହା ସାରି ଘରକୁ ଫେରିବେ ବୋଲି ଫୋନ୍ରେ କହିଥିଲେ।
ଘଣ୍ଟାଏ ପରେ ଯେତେବେଳେ ସେ ଘରକୁ ଫେରିନଥିଲେ ସରିତା ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ। ହେଲେ ଜଗଦାନନ୍ଦଙ୍କ ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା। ପରିବାର ଲୋକେ ବସ୍ଷ୍ଟାଣ୍ଡରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ପାଇନଥିଲେ। ବସ୍ଷ୍ଟାଣ୍ଡରେ ଥିବା ଏକ ଦୋକାନରେ ଜଗଦାନନ୍ଦ ବ୍ୟାଗ ଛାଡ଼ି ଦେଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।
ଏନେଇ ପରିବାର ଲୋକେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି। ଜମିବାଡ଼ି ଓ ଇନସୁରାନ୍ସ ଟଙ୍କା ପାଇଁ ଜଗଦାନନ୍ଦଙ୍କୁ ତାଙ୍କ ସାବତ ମା’ ଅପହରଣ କରିନେଇଥିବା ନେଇ ତାଙ୍କ ପତ୍ନୀ ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଏ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିବା ବେଳେ ତାଙ୍କ ସାବତ ମା’ ହତ୍ୟା ଧମକ ମଧ୍ୟ ଦେଉଥିଲେ। ଉଭୟ ରେମୁଣା ଓ ଉଦଳା ଥାନା ପୁଲିସ୍ ଜଗଦାନନ୍ଦଙ୍କ ସାବତ ମା’ଙ୍କୁ ପଚରାଉଚରା କରିଥିଲେ ମଧ୍ୟ କିଛି ସୁରାଗ ପାଇପାରି ନାହିଁ। ୪ ଦିନ ପରେ ବି ଜଗଦାନନ୍ଦଙ୍କ କୌଣସି ପତ୍ତା ମିଳିପାରି ନ ଥିବାରୁ ପରିବାର ଲୋକେ ଆଶା ଆଶଙ୍କାରେ ରହିଛନ୍ତି।
from Odisha Reporter https://ift.tt/39BE72L
No comments:
Post a Comment