ବଡ଼ ଭାଇକୁ ହାଣିଲା ସାନଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 27, 2020

ବଡ଼ ଭାଇକୁ ହାଣିଲା ସାନଭାଇ

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ଅନ୍ତର୍ଗତ ନାୟକାଣିଡ଼ିହି ଗାଁରେ ସାନ ଭାଇର ଭୁଜାଲି ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଭଗବାନ ବାରିକ (୫୮)। ଅଭିଯୁକ୍ତ ସାନ ଭାଇର ନାଁ ରତ୍ନାକର ବାରିକ।

ଆଜି ସକାଳେ ଭଗବାନ ଶୌଚ ହେବା ପାଇଁ ବାହାରକୁ ଯାଉଥିଲେ। ଏହି ସମୟରେ ରତ୍ନାକର ଏକ ଭୁଜାଲିରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହାପରେ ଭଗବାନ ତଳେ ପଡ଼ି ଯାଇଥିଲେ।  ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି  ବସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ସମ୍ପର୍କରେ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାନ ଭାଇ ରତ୍ନାକରକୁ ଥାନାରେ ଅଟକ ରଖିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଜମି ବିବାଦକୁ ନେଇ ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।



from Odisha Reporter https://ift.tt/3dA3GDw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages