ରାଏବରେଲି: ସାରା ଦେଶେ ଏବେ କରୋନା ସହିତ ଲଢ଼ୁଛି। ନିର୍ବାଚିତ ନେତା, ଜିଲ୍ଲା ପ୍ରଶାସନ ସମସ୍ତେ ଲୋକଙ୍କୁ ସଚେତନ କରାଇବା ସହିତ ସୁବିଧା ସୁଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ରାଏବରେଲି ସାଂସଦ ସୋନିଆ ଗାନ୍ଧୀ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଖରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ପ୍ରୟାସ କରିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ତେବେ ରାଏବରେଲିର ଲୋକମାନେ ସୋନିଆ ଗାନ୍ଧୀଙ୍କ ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବହୁ ବିଳମ୍ୱରେ ଭୋଟରଙ୍କ କଥା ବୁଝୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭୋଟର।
ଏମିତିକି ରାଏବରିଲେ ଜାଗରୁକ ମଞ୍ଚ ସୋନିଆ ଗାନ୍ଧୀଙ୍କର ଏକ ପୋଷ୍ଟର ଲଗାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଆପଣଙ୍କର ସହଯୋଗ ଆମ ସହିତ ନାହିଁ। ସବୁଠାର ବଡ଼ ଭୁଲ ଆପଣଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିଛୁ।
ସୂଚନାଯୋଗ୍ୟ, ଅନ୍ତିମ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ସମସ୍ତ ଲୋକସଭା ଆସନରେ କଂଗ୍ରେସ ହାରିଛି। ହେଲେ ରାଏବରେଲି ଆସନରୁ ସୋନିଆ ଗାନ୍ଧୀ ବିଜୟୀ ହୋଇଛନ୍ତି। ସାରା ଦେଶରେ ମୋଦୀ ଲହରୀ ଚାଲିଥିବା ବେଳେ ମଧ୍ୟ ରାଏବରେଲୀ ଭୋଟର କଂଗ୍ରେସର ଏହି ଷ୍ଟଲଓ୍ୱାର୍ଟ ନେତ୍ରୀଙ୍କୁ ନିର୍ବାଚିତ କରିଥିଲେ।
କରୋନା ମହାମାରୀର ମୁକାବିଲା କରିବା ପାଇଁ ସୋନିଆ ଗାନ୍ଧୀ ସାଂସଦ ପାଣ୍ଠି ବ୍ୟବହାର କରିବାକୁ ରାଏବରେଲି ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିସହ ଏହି ସମୟରେ ବୃଦ୍ଧ ଲୋକ ଏବଂ ଦିନ ମଜୁରିଆଙ୍କ ବାବଦରେ ଉତ୍ତର ପ୍ରଦେଶ ସରକାର ଚିନ୍ତା କରିବାର ଆବଶ୍ୟକ ରହିଛି ବୋଲି ସୋନିଆ ଲେଖିଛନ୍ତି।
from Odisha Reporter https://ift.tt/2QRTI6M
No comments:
Post a Comment