ରାଜ୍ୟସଭାରେ ଶପଥ ନେବାପରେ ମୁହଁ ଖୋଲିବେ ଜଷ୍ଟିସ୍‌ ଗୋଗୋଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 17, 2020

ରାଜ୍ୟସଭାରେ ଶପଥ ନେବାପରେ ମୁହଁ ଖୋଲିବେ ଜଷ୍ଟିସ୍‌ ଗୋଗୋଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି ସେ ଶପଥ ଗ୍ରହଣ କରିବା ପରେ ରାଜ୍ୟସଭା ମନନୋୟନ ଉପରେ ମତ ରଖିବେ। ସେ ଏହାକୁ କାହିଁକି ଗ୍ରହଣ କଲେ ସେ ବିଷୟରେ ଶପଥ ନେବାପରେ କହିବେ ବୋଲି ଜଷ୍ଟିସ୍‌ ଗୋଗୋଇ କହିଚନ୍ତି। ସୋମବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ସଂସଦର ଉଚ୍ଚତମ ସଦନ ରାଜ୍ୟସଭା ଗୃହକୁ ମନୋନୀତ କରିଥିଲେ।

ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଆଜି ଆସାମର ଗୁଆହାଟୀଠାରେ ଗଣମାଧ୍ୟମକୁ କହିଛନ୍ତି, “ଆସନ୍ତାକାଲି ମୁଁ ଦିଲ୍ଲୀ ଯିବାର ଅଛି। ମୋତେ ପ୍ରଥମେ ଶପଥ କରିବାକୁ ଦିଅନ୍ତୁ, ତା’ପରେ ମୁଁ ଗଣମାଧ୍ୟମକୁ ବିସ୍ତୃତ ଭାବରେ କହିବି କାହିଁକି ମୁଁ ଏହାକୁ ଗ୍ରହଣ କଲି।”

ଜଷ୍ଟିସ ଗୋଗୋଇ ପ୍ରାୟ ୧୩ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବା ପରେ ଗତ ବର୍ଷ ନଭେମ୍ବର ମାସରେ ଅବସର ନେଇଥିଲେ।
ଏହା ପୂର୍ବରୁ ଜାନୁୟାରୀ ୨୦୧୮ ମସିହାରେ ଜଷ୍ଟିସ୍‌ ଦୀପକ ମିଶ୍ର ପ୍ରଧାନ ବିଚାରପତି ଥିବାବେଳେ ତାଙ୍କ ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ଚାରିଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରେ ସେ ଥିଲେ। ପ୍ରଥମ ଥର ପାଇଁ ଏଭଳି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା, ଯାହାକି ବେଶ ଚର୍ଚ୍ଚାରେ ଥିଲା।

ଏହି ସମୟରେ ଜଷ୍ଟିସ୍ ଦୀପକ ମିଶ୍ର ନିଜ ପସନ୍ଦରେ ବିଚାରପତିମାନଙ୍କୁ ମାମଲାର ଦାୟିତ୍ୱ ଦେଉଥିବା ଏବଂ ସମ୍ବେଦନଶୀଳ ମାମଲା ସବୁକୁ ଜୁନିଅରଙ୍କୁ ଦେଉଥିବା ଆଦି ଅଭିଯୋଗ ଅଣାଯାଇଥିଲା।



from Odisha Reporter https://ift.tt/2IWd3ze

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages