ସ୍କୁଲ ଅଟୋକୁ ପିଟିଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 6, 2020

ସ୍କୁଲ ଅଟୋକୁ ପିଟିଲା ଟ୍ରକ୍‌

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି। କାମାକ୍ଷାନଗର ଶ୍ରୀମା ଅରବିନ୍ଦ ବିଦ୍ୟାଳୟକୁ ଯାଉଥିବା ଏକ ସ୍କୁଲ ଅଟୋକୁ ଏକ ଟ୍ରକ୍‌ ପିଟିଦେଇଥିବା ଜଣାଯାଇଛି। ସୌଭାଗ୍ୟବଶଃତ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଅଳ୍ପକେ ବର୍ତ୍ତିଲେ ୧୪ ଛାତ୍ରଛାତ୍ରୀ । ଏହି  ଦୁର୍ଘଟଣାରେ ୩ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।

କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ବିନା କୌଣସି ସୂଚନାରେ ଟ୍ରକ୍‌ଟି ପଛକୁ ଫେରୁଥିଲା। ଏହି ସମୟରେ ଦ୍ରୁତ ଗତିରେ ଯାଉଥିବା ଅଟୋର ସମ୍ମୁଖ ଭାଗ ସହ ଟ୍ରକ୍‌ଟି ପିଟି ହୋଇଥିଲା। ଦୁର୍ଘଟଣାରେ ଅଟୋ ଚାଳକ ଓ ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଅଟୋ ଚାଳକ ଫେରାର ହୋଇଯାଇଥିବା ବେଳେ ଟ୍ରକ୍‌ ସହ ଡ୍ରାଇଭର ମଧ୍ୟ ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ତୁରନ୍ତ ପିଲାମାନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଯାଇଥିବା ଜଣାଯାଇଛି।



from Odisha Reporter https://ift.tt/2TsU5Xm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages