ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ସ୍ଥିତି ଖରାପ ହେବା ପରେ ଆରବିଆଇ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ କରିଛି। ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରକୁ ଦାୟୀ କରିଛନ୍ତି। ଟୁଇଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି, ନୋ ୟେସ୍ ବ୍ୟାଙ୍କ୍। ମୋଦୀ ଏବଂ ତାଙ୍କ ଚିନ୍ତାଧାରା ଦେଶର ଅର୍ଥବ୍ୟବସ୍ଥାକୁ ଖରାପ କରିଛି’।
No Yes Bank.
Modi and his ideas have destroyed India’s economy.
— Rahul Gandhi (@RahulGandhi) March 6, 2020
ଏହି ପ୍ରସଙ୍ଗରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି। ‘ରିଜର୍ଭ ବ୍ୟାଙ୍କର ସ୍ଥିତି ସୁଧାରିବା ପାଇଁ ଆରବିଆଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଖୁବଶୀଘ୍ର ଏହି ସ୍ଥମସ୍ୟାର ସମାଧାନ ହେବ। ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରହିଛି’ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ଆରବିଆଇ ଗୁରୁବାର ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବା ଉପରେ କଟକଣା ଲଗାଇଛି। ଜଣେ ଗ୍ରାହକ ବ୍ୟାଙ୍କରେ ଯେତେ ଟଙ୍କା ରଖିଥାଉନ୍ତୁ ହେଲେ ସେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ। ହସ୍ପିଟାଲ, ବିବାହ କ୍ଷେତ୍ରରେ ଜଣେ ୟେସ ବ୍ୟାଙ୍କ ଗ୍ରାହକ ୫ ଲକ୍ଷ ଟଙ୍କା ଉଠାଇ ପାରିବେ ଏଥିପାଇଁ ବ୍ୟାଙ୍କର କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ରହିଛି। ଏହି ପ୍ରତିବନ୍ଧକ ୩୦ ଦିନ ପାଇଁ ଲାଗୁ ହେବ। ମାର୍ଚ୍ଚ ୫ରୁ ଏହି ପ୍ରତିବନ୍ଧକ ଆରମ୍ଭ ହୋଇ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ। ଏବେ ଆରବିଆଇ ୟେସ୍ ବ୍ୟାଙ୍କ ବୋର୍ଡକୁ ନିଜ ଅଧୀନକୁ ନେଇଛି।
from Odisha Reporter https://ift.tt/3cKQvPY
No comments:
Post a Comment