ଝାରସୁଗୁଡ଼ା(ଭାଗିରଥୀ ସାହୁ): ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗଙ୍ଗାନଗରରେ ଗତକାଲି ଏପରି ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକଜଣକ ହେଲେ ଅଜୟ କୁମାର ପ୍ରଧାନ।
ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଅଜୟଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଗତକାଲି ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକଜଣକ ଏକ ମାରଣାସ୍ତ୍ରରେ ଅଜୟଙ୍କ ତଣ୍ଟି କାଟି ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମଣ୍ଡଲିଆ କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି।
from Odisha Reporter https://ift.tt/33chtf0
No comments:
Post a Comment