ଆଳୁ ମଖନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 10, 2020

ଆଳୁ ମଖନି

ଆବଶ୍ୟକ ସାମଗ୍ରୀ: ଆଳୁ, ଜିରା, ପିଆଜ, କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ, ଦହି, କ୍ଷୀର, ଅଦା, ରସୁଣ, ଫ୍ରେଶ୍‌ କ୍ରିମ୍, ତେଲ, ଘିଅ ଓ ଲୁଣ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଅଦା, ରସୁଣ ଓ କାଜୁକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ସେହିପରି ଅଳ୍ପ କିଛି କାଜୁ ଭାଜି ରଖନ୍ତୁ ଓ ଆଳୁକୁ ଧୋଇ ଚୋପା ଚାଞ୍ଛି କାଟି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କଟା ଆଳୁକୁ ଫ୍ରାଏ କରନ୍ତୁ। ମନେ ରଖିବେ ଏଗୁଡ଼ିକୁ ବେଶୀ ଲାଲ୍ କରିବେ ନାହିଁ। ଆଳୁ ଗୋଲ୍ଡେନ୍ କଲର ହୋଇଆସିଲେ ଏହାକୁ ଏକ ପ୍ଲେଟ୍‌କୁ ବାହାର କରନ୍ତୁ।

ଏହା ପରେ ଅନ୍ୟ ଏକ କଡ଼େଇରେ ଘିଅ ଗରମ କରି ଜିରା ପକାନ୍ତୁ। ଜିରା ଫୁଟିଗଲା ପରେ ସେଥିରେ କଟା ପିଆଜ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ତା’ପରେ ସେଥିରେ ଭଜା କାଜୁ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ ଓ ଅଦା-ରସୁଣ-କାଜୁ ପେଷ୍ଟ୍ ପକାଇ ଦୁଇ ମିନିଟ୍‌ ପର୍ଯ୍ୟନ୍ତ କଷନ୍ତୁ। ଏହା ପରେ ଫ୍ରାଏ କରି ରଖିଥିବା ଆଳୁକୁ ପକାଇ ଆଉ କିଛି ସମୟ ମସଲାକୁ କଷନ୍ତୁ।

ମସଲା ଭଲ ଭାବେ କଷି ହୋଇଗଲେ ଗ୍ୟାସ୍‌ର ଆଞ୍ଚ ଧିମା କରି ଦହି, କ୍ଷୀର, ପାଣି, ଅଳ୍ପ ଫ୍ରେଶ୍ କ୍ରିମ୍ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ। ସିଝିବା ପାଇଁ ଏହାକୁ ୩ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଆଲୁ ମଖନି’। ଏହା ଉପରେ ଧନିଆ ପତ୍ର ଓ ଅଳ୍ପ କ୍ରିମ୍ ପକାଇ ସଜାଇ ଦିଅନ୍ତୁ ଓ ଗରମ ଗରମ ପୁରୀ କିମ୍ବା ପରଟା ସହିତ ପରଷନ୍ତୁ।



from Odisha Reporter https://ift.tt/2IBdyP9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages