ଅଜଣା ଉତ୍ସରୁ ୧୧ ହଜାର କୋଟି ପାଇଛନ୍ତି ରାଜନୀତିକ ଦଳ: ଏଡିଆର ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

ଅଜଣା ଉତ୍ସରୁ ୧୧ ହଜାର କୋଟି ପାଇଛନ୍ତି ରାଜନୀତିକ ଦଳ: ଏଡିଆର ରିପୋର୍ଟ

ନୂଆଦିଲ୍ଲୀ: ବିଭିନ୍ନ ରାଜନୀତିକ ଦଳ ୨୦୦୪-୫ରୁ ଆରମ୍ଭ କରି ୨୦୧୮-୧୯ ମଧ୍ୟରେ ଅଜଣା ଉତ୍ସରୁ ୧୧,୨୩୪ କୋଟି ଟଙ୍କାର ଚାନ୍ଦା ପାଇଛନ୍ତି। ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ ବା ଏଡିଆର ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି।

ଏଥିପାଇଁ ଏଡିଆର ୭ଟି ଜାତୀୟ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟକୁ ହିସାବକୁ ନେଇଛି। ସେହି ସମସ୍ତ ଦଳ ହେଲେ ବିଜେପି, କଂଗ୍ରେସ, ଟିଏମ୍‌ସି, ସିପିଆଇ (ଏମ୍‌), ଏନ୍‌ସିପି, ବହୁଜନ ସମାଜ ପାର୍ଟି ବା ବିଏସ୍‌ପି ଏବଂ ସିପିଆଇ।

ଏସବୁ ଚାନ୍ଦା ୨୦ ହଜାର ଟଙ୍କାରୁ କମ୍‌ ଲେଖାଏ ହୋଇଥିବାବେଳେ ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣରେ ଏହି ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ କେଉଁଆଡ଼ୁ ଏହି ଅର୍ଥ ଆସିଲା ତାହା କୁହାଯାଇନି। ଏହି ଅର୍ଥରେ ନିର୍ବାଚନୀ ବଣ୍ଡ, କୁପନ୍‌ ବିକ୍ରିରୁ, ରିଲିଫ୍‌ ଫଣ୍ଡ, ଭଲ୍ୟୁଣ୍ଟାରୀ କଣ୍ଟ୍ରିବ୍ୟୁସନ୍‌, ବୈଠକ ବା ମୋର୍ଚ୍ଚାରୁ ଆୟ ଏବଂ ଅନ୍ୟାନ୍ୟ କିଛି ଆୟ ରହିଛି।

ତେବେ ବିଏସ୍‌ପି ପକ୍ଷରୁ କୁହାଯାଇଛି, ଏହି ଦଳ ଭଲ୍ୟୁଣ୍ଟାରୀ କଣ୍ଟ୍ରିବ୍ୟୁସନ୍‌ରୁ କିଛି ପାଇନାହିଁ। ଏହି ଦଳ ୨୦ ହଜାରରୁ କମ୍‌ କି ବେଶି କୌଣସି ପରିମାଣର ଅର୍ଥ ଏହି ଉତ୍ସରୁ ପାଇନି। ଅନ୍ୟପକ୍ଷରେ ୨୦୧୮-୧୯ ମସିହାରେ ବିଜେପି ଘୋଷଣା କରିଥିଲା ଏହା ୧,୬୧୨.୦୪ କୋଟି ଟଙ୍କା ଅଜଣା ଉତ୍ସରୁ ପାଇଥିଲା, ଯାହାକି ସବୁ ରାଜନୀତିକ ଦଳ ପାଇଥିବା ଚାନ୍ଦାର ୬୪%। ଏହା ଅନ୍ୟ ସମସ୍ତ ରାଜନୀତିକ ଦଳଙ୍କ ଚାନ୍ଦାର ହାରାହାରି ପରିମାଣର ଦେଢ଼ଗୁଣା। ଅନ୍ୟପକ୍ଷରେ କଂଗ୍ରେସ ୭୨୮.୮୮ କୋଟି ଟଙ୍କା ପାଇଥିବା ଘୋଷଣା କରିଥିଲା ଯାହାକି ସମସ୍ତ ରାଜନୀତିକ ଦଳ ପାଇଥିବା ଚାନ୍ଦାର ୨୯%।



from Odisha Reporter https://ift.tt/2Q0VK41

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages