୬୦ବର୍ଷରେ ବାହା ହେଲେ କଂଗ୍ରେସ ସାଧାରଣ ସମ୍ପାଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

୬୦ବର୍ଷରେ ବାହା ହେଲେ କଂଗ୍ରେସ ସାଧାରଣ ସମ୍ପାଦକ

ନୂଆଦିଲ୍ଲୀ: ୬୦ବର୍ଷ ବୟସରେ ବିବାହ କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାସନିକ୍‌। ଗତ ରବିବାର ରବୀନା ଖୁରାନାଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଉଛି। ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲ୍‌ରେ ସେମାନଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା।

ୱାସ୍‌ନିକ ଓ ରବୀନା ବହୁ ପୁରୁଣା ବନ୍ଧୁ। ଦୀର୍ଘ ଦିନର ବନ୍ଧୁତା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିବାହ ଉତ୍ସବରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ଙ୍କ ସହ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ, ଅମ୍ବିକା ସୋନି, ଗୁଲାମ ନବୀ ଆଜାଦ୍‌ ଓ ମନୀଷ ତିୱାରୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ଟ୍ୱିଟ୍ କରି ମଧ୍ୟ ମୁକୁଲ ୱାସନିକ ଓ ରବୀନାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ମୁକୁଲ ୱାସନିକ୍‌ ଓ ରୁବିନାଙ୍କ ସହ ଉଠାଇଥିବା ଏକ ଫଟୋ ଟ୍ୱିଟ୍‌ କରି ଗେହଲୋଟ୍‌ ଲେଖିଥିଲେ, ଦୁହିଁଙ୍କୁ ନୂତନ ଜୀବନର ଶୁଭେଚ୍ଛା, ଆଗାମୀ ଜୀବନ ସୁଖମୟ ହେଉ। ତାଙ୍କର ଏହି ଟ୍ୱିଟ୍‌ ପରେ ୱାସନିକ୍‌ଙ୍କ ବିବାହ ଖବରଟି ସାର୍ବଜନୀନ ହୋଇଥିଲା।



from Odisha Reporter https://ift.tt/334EgJl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages