ୟୁପିଏସସି ପରୀକ୍ଷାର୍ଥୀ ଆବେଦନ ପତ୍ର ପ୍ରତ୍ୟାହାର କରିପାରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 13, 2020

ୟୁପିଏସସି ପରୀକ୍ଷାର୍ଥୀ ଆବେଦନ ପତ୍ର ପ୍ରତ୍ୟାହାର କରିପାରିବେ

ନୂଆଦିଲ୍ଲୀ: ଚଳିତଥର ସିଭିଲ୍ ସର୍ଭିସ୍ ପରୀକ୍ଷା (ୟୁପିଏସସି) ପାଇଁ ଆବେଦନ କରିଛନ୍ତି, ହେଲେ ପ୍ରସ୍ତୁତି ଭଲ ଭାବରେ କରିନଥିବାରୁ କିମ୍ୱା ଅନ୍ୟ କୌଣସି କାରଣ ପାଇଁ ପରୀକ୍ଷା ଦେବାକୁ ଚାହୁଁନାହାନ୍ତି ସେମାନେ ଏବେ ୟୁପିଏସସି ପରୀକ୍ଷାରୁ ଓହରି ପାରିବେ। ପ୍ରଥମ ଥର ପାଇଁ ୟୁପିଏସସି ବୋର୍ଡ ଏହି ଓହରିବା ପ୍ରକ୍ରିୟା ଲାଗୁ କରିଛି। ଏହାଦ୍ୱାରା ପରୀକ୍ଷା ବେଳେ ଆବଶ୍ୟକ ଲଜିଷ୍ଟିକ୍ (ସରଞ୍ଜାମ), ଖର୍ଚ୍ଚ କମ୍ ସହିତ ପରୀକ୍ଷା କେନ୍ଦ୍ର ମଧ୍ୟ କମିପାରିବ ବୋଲି ୟୁପିଏସସି ହୃଦବୋଧ କରିଛି। ଆବେଦନ ପତ୍ର ପ୍ରତ୍ୟାହାର କରିବାର ଅନ୍ତିମ ତାରିଖ ମାର୍ଚ୍ଚ ୧୮ ରହିଛି।

ଆବେଦନ ପ୍ରତ୍ୟାହାର କରିବାର ଲିଙ୍କ୍

କିନ୍ତୁ ଆବେଦନ ପତ୍ର ପ୍ରତ୍ୟାହାର କଲେ କୌଣସି ଟଙ୍କା ରିଫଣ୍ଡ ହେବ ନାହିଁ ବୋଲି ୟୁପିଏସସି କହିଛି। ୨୦୧୯ରେ ଏଭଳି ପ୍ରତ୍ୟାହାର ସେବା ଆରମ୍ଭ କରିଥିଲା ସୁପ୍ରିମକୋର୍ଟ। ଯେଉଁ ଫର୍ମ ଆବେଦନ ସଠିକ୍ ଢ଼ଙ୍ଗରେ ହୋଇନଥିବ ତାହା ପ୍ରତ୍ୟାହାର ହୋଇପାରିବ ନାହିଁ ବୋଲି ମଧ୍ୟ ୟୁପିଏସସି ସ୍ପଷ୍ଟୀକରଣ କରିଛି।

୨୦୧୮-୨୦୧୯ ରେ ମୋଟ୍ ୧୦,୬୫୫,୫୨ ପ୍ରାର୍ଥୀ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିଥିଲେ ଏବଂ ୫୦,୦୪୮୪ ମାତ୍ର ପରୀକ୍ଷା ଦେଇଥିଲେ। ଏହି ଶିକ୍ଷାବର୍ଷରେ ୧୪ ଟି ପରୀକ୍ଷା କରିଥିଲା ୟୁପିଏସସି। ମୋଟ୍ ୩୦,୩୫,୭୮୩ ଆବେଦନ ଗ୍ରହଣ କରାଯାଇଥିଲା କିନ୍ତୁ ପରୀକ୍ଷା ଦେଇଥିଲେ ୧୫,୭୨,୯୭୭ ପ୍ରାର୍ଥୀ।



from Odisha Reporter https://ift.tt/2U2Yr6r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages