ନେହା ଧୁପିଆ କହିଲେ, ଝିଅଙ୍କର ଇଚ୍ଛା ହେଲେ ୫ ବୟଫ୍ରେଣ୍ଡ ରଖିପାରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 13, 2020

ନେହା ଧୁପିଆ କହିଲେ, ଝିଅଙ୍କର ଇଚ୍ଛା ହେଲେ ୫ ବୟଫ୍ରେଣ୍ଡ ରଖିପାରିବେ

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ନେହା ଧୁପିଆ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ୟୁଜର୍ସ ତାଙ୍କର ମିମ୍ସ ଶେଆର୍‌ କରି ଟ୍ରୋଲ କରୁଛନ୍ତି।

ନେହା ବର୍ତ୍ତମାନ ଏମ୍‌ଟିଭିର ରିଆଲିଟି ଶୋ ରୋଡିଜ୍‌ର ମେଣ୍ଟର ରହିଛନ୍ତି। ଏହି ଶୋର ଗୋଟିଏ ଏପିସୋଡ୍‌ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ଜଣେ ପ୍ରତିଯୋଗୀ କହିଛନ୍ତି, ‘ମୋ ଗାର୍ଲଫ୍ରେଣ୍ଡ ୫ଟି ପୁଅକୁ ଡେଟ୍‌ କରୁଥିବାରୁ ମୁଁ ଗାର୍ଲଫ୍ରେଣ୍ଡକୁ ଚାପୁଡ଼ା ମାରିଛି।’ ଭାଇରାଲ୍‌ ଭିଡିଓରେ ଚାପୁଡ଼ା ମାରିଥିବା ପ୍ରତିଯୋଗୀଙ୍କ ଉପରେ ନେହା ରାଗୁଥିବା ଦେଖିବାକୁ ମିଳିଛି।

ରାଗିଯାଇ ନେହା କହିଛନ୍ତି, ‘ପାଞ୍ଚ ଜଣ ବୟଫ୍ରେଣ୍ଡ ରଖିବା ଝିଅର ଇଚ୍ଛା ହୋଇଥାଇପାରେ। କିନ୍ତୁ ତୁମେ ତାକୁ ଚାପୁଡ଼ା ମାରିବା ପାଇଁ କେହି ନୁହେଁ।’

ଏହି ମନ୍ତବ୍ୟ ଦେବା ପରେ ନେହା ୟୁଜର୍ସଙ୍କ ଟ୍ରୋଲିଙ୍ଗର ଶିକାର ହୋଇଛନ୍ତି। ସୋଶାଲ ମିଡିଆରେ ନେହାଙ୍କର ମିମ୍ସ ଘୁରି ବୁଲୁଛି। କିଛି ୟୁଜର ତାଙ୍କୁ ଫେକ୍ ନାରୀବାଦୀ ବୋଲି କହି କମେଣ୍ଟ କରିଛନ୍ତି।

ନେହାଙ୍କର ଭିଡିଓ ଦେଖିବା ପରେ ଜଣେ ୟୁଜର କହିଛନ୍ତି, ‘ନେହା ତୁମର ଟିକିଏ ବୁଝିବା ଶକ୍ତି ରହିବା ଦରକାର। ସବୁସ୍ଥାନରେ ଲେକଚର୍‌ ଦେବାର ଆବଶ୍ୟକତା ନାହିଁ। ତୁମ ପରି ଲୋକ ଏମ୍‌ଟିଭି ରୋଡିଜ୍‌କୁ ଜଜ୍‌ କରିବା ପାଇଁ ଯୋଗ୍ୟତା ରଖନ୍ତି ନାହିଁ। ଏପରି ଲୋକଙ୍କୁ ଶୁବ୍‌ ଶୀଘ୍ର ଶୋରୁ ବାହାର କରିବା ଉଚିତ।’ ଏହିପରି ଅନ୍ୟ କିଛି ୟୁଜର ନେହାଙ୍କୁ ଟ୍ରୋଲ କରିବାକୁ ଗୋଟିଏ ବି ମଉକା ଛାଡ଼ି ନାହାନ୍ତି।



from Odisha Reporter https://ift.tt/3cScB2R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages