ମଧ୍ୟପ୍ରଦେଶରେ ଖେଳ ବିଗାଡ଼ିଲା କରୋନା, ରାଜ୍ୟପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ହେଲାନି ଆସ୍ଥା ଭୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ମଧ୍ୟପ୍ରଦେଶରେ ଖେଳ ବିଗାଡ଼ିଲା କରୋନା, ରାଜ୍ୟପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ହେଲାନି ଆସ୍ଥା ଭୋଟ

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିକ ହଟଚମଟ ଭିତରେ ନୂଆ ଟ୍ୱିଷ୍ଟ ଆସିଛି। ରାଜ୍ୟପାଳ ଲାଲଜୀ ଟଣ୍ଡନ ଆଜି କମଲନାଥ ସରକାରଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ କରୋନା ଭାଇରସ ଭୟ ଯୋଗୁ ବାଚସ୍ପତି ଗୃହକୁ ୨୬ ତାରିଖ ଯାଏ ମୁଲତବୀ ଘୋଷଣା କରିଛନ୍ତି।

ଫଳରେ ୧୦ ଦିନ ଯାଏ କମଲନାଥ ସରକାରଙ୍କୁ ଫ୍ଲୋର ଟେଷ୍ଟ ବିପଦରୁ ସୁରକ୍ଷା ମିଳିଛି। ଆଜି ମଧ୍ୟପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ରାଜ୍ୟପାଳ ଗୃହକୁ ସମ୍ବୋଧିତ କରିବାର ଥିଲା। ଏଥିପାଇଁ ରାଜ୍ୟପାଳ ଟଣ୍ଟନ ବିଧାନସଭାକୁ ମଧ୍ୟ ଆସିଥିଲେ। ହେଲେ ଏକ ନାଟକୀୟ ଢଙ୍ଗରେ ସେ କେବଳ ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଉଦବୋଧନ କାଗଜର ପ୍ରଥମ ଓ ଶେଷ ଧାଡ଼ି ପଡ଼ି ଭାଷଣ ଶେଷ କରିଥିଲେ। ଏହାପରେ ସେ ସମସ୍ତ ସଦସ୍ୟଙ୍କୁ କହିଥିଲେ ଯେ “ସମସ୍ତେ ସମ୍ବିଧାନରେ ପ୍ରଦତ୍ତ ନିୟମକୁ ପାଳନ କରିବା ଦରକାର। ଏହାଦ୍ୱାରା ମଧ୍ୟପ୍ରଦେଶର ସ୍ୱତନ୍ତ୍ରତା ବଜାୟୀ ରହିବ।”

ରାଜ୍ୟପାଳ ଗୃହରୁ ଚାଲିଯିବା ପରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିଜେପି ବିଧାୟକମାନେ ଫ୍ଲୋର ଟେଷ୍ଟ କରିବାକୁ ଦାବି କରିଥିଲେ ହେଁ କଂଗ୍ରେସ ସରକାର ଏଥିରେ ରାଜି ହୋଇ ନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୋବିନ୍ଦ ସିଂହ ଗୃହରେ କରୋନା ଭାଇରସର ବିପଦ କଥା ଉଠାଇବ ସହ କେନ୍ଦ୍ର ସରକାରଙ୍କ ଜାରି କରିଥିବା ନିର୍ଦ୍ଦେଶାବଳୀ ପଢ଼ିଥିଲେ।

ଏଥିସହ ସେ ଗୃହକୁ ମୁଲତବୀ କରିବାକୁ ଦାବି କରିଥିଲେ। ଶ୍ରୀ ସିଂହଙ୍କ ଦାବିକୁ ଗ୍ରହଣ କରି ବାଚସ୍ପତି ଗୃହକୁ ୨୬ ତାରିଖ ଯାଏ ମୁଲତବୀ ଘୋଷଣା କରିଥିଲେ। ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଏହି ରୁଲିଂକୁ ତୀବ୍ର ବିରୋଧ କରିଥିଲେ। କିନ୍ତୁ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ରୁଲିଂକୁ ସମର୍ଥନ କରିଥିଲେ।

କଂଗ୍ରେସର ହେଭିୱେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତ ସୋମବାର ଦଳ ଛାଡ଼ିବା ପରେ ମଙ୍ଗଳବାର ବିଜେପିରେ ମିଶିଥିଲେ। ଏହାପରେ କମଲନାଥ ସରକାରରେ ଥିବା ସିନ୍ଧିଆଙ୍କ ୨୨ ଜଣ ବିଧାୟକ ମଧ୍ୟ ଦଳ ଓ ନିଜ ନିଜ ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଇସ୍ତଫା ଗ୍ରହଣ ହୋଇଥିବା ବେଳେ ୧୬ ଜଣଙ୍କ ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ।

୨୨ ବିଧାୟକ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାରୁ ବିଜେପି ରାଜ୍ୟରେ ସରକାର ଗଠନ ପାଇଁ ସୁଯୋଗ ପାଇଥିଲା। ଏଥିପାଇଁ ଦଳର ନେତାମାନେ ରାଜ୍ୟପାଳ ଟଣ୍ଡନଙ୍କୁ ସାକ୍ଷାତ କରି ଫ୍ଲୋର ଟେଷ୍ଟ ପାଇଁ ଦାବି କରିଥିଲେ। ୧୪ ତାରିଖ ରାତିରେ ରାଜ୍ୟପାଳ ୧୬ ତାରିଖରେ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବାକୁ କମଲନାଥ ସରକାରଙ୍କୁ କହିଥିଲେ। ହେଲେ ଦଳ ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରିଥିଲା।

ଆଜି ଖୋଦ ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ରାଜ୍ୟପାଳ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେବା ଅସାମ୍ବିଧାନିକ। ସେହିପରି ବାଚସ୍ପତିଙ୍କ କ୍ଷମତା ରହିଥିବା କ୍ଷେତ୍ରରେ ରାଜ୍ୟପାଳ ହସ୍ତକ୍ଷେପ କରିବା ଠିକ୍‌ ନୁହେଁ। ବର୍ତ୍ତମାନ ସ୍ଥିତିରେ ଆସ୍ଥା ଭୋଟ କାର୍ଯ୍ୟକୁ ଆଗକୁ ନେବା ପାଇଁ ପରିବେଶ ଠିକ ନାହିଁ। ସରକାରଙ୍କ କିଛି ବିଧାୟକଙ୍କୁ ପଣବନ୍ଦୀ କରି ରଖାଯାଇଥିବା ମଧ୍ୟ ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏହା ୧୦ ମିନିଟ୍‌ ମଧ୍ୟରେ ଠପ ହୋଇଯାଇଛି।

୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସର ୧୧୪ ବିଧାୟକ ଥିବା ବେଳେ ବିଜେପି ପାଖରେ ୧୦୭ ସଦସ୍ୟ ରହିଛନ୍ତି। କଂଗ୍ରେସ ସରକାରଙ୍କୁ ୪ ସ୍ୱାଧୀନ ବିଧାୟକ, ୨ ଜଣ ବିଏସ୍‌ପି ଓ ଜଣେ ସପା ବିଧାୟକ ମଧ୍ୟ ସମର୍ଥନ କରୁଛନ୍ତି। ହେଲେ ୨୨ ଜଣ କଂଗ୍ରେସ ସାଂସଦ ପଦ ଛାଡ଼ିବାରୁ ୧୫ ମାସ ତଳେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଥିବା କମଲନାଥଙ୍କ ଆସନ ଟଳମଳ ହେବା ଆରମ୍ଭ ହୋଇଥିଲା।



from Odisha Reporter https://ift.tt/3a07b4g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages