ସଲ୍‌ମାନ୍‌ଙ୍କ ସାନ ଭାଇ ଅସୀମ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ସଲ୍‌ମାନ୍‌ଙ୍କ ସାନ ଭାଇ ଅସୀମ୍ !

ମୁମ୍ବାଇ: ‘ବିଗ୍‌ ବସ୍‌ ୧୩’ର ପ୍ରତିଯୋଗୀ ଅସୀମ୍ ରିୟାଜଙ୍କ ଭାଗ୍ୟ ବଦଳିବାରେ ଲାଗିଛି। ଏହି ଶୋ’ରେ ସିନା ହାରିଗଲେ, କିନ୍ତୁ ତା’ପରେ ସୁଯୋଗ ଆସି ତାଙ୍କ ଦ୍ୱାର ଖଟ୍ ଖଟ୍ କରିଛି। ଶୋ’ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଠାରୁ ସେ ଦୁଇ ପାଦ ଆଗରେ ରହିଛନ୍ତି।  ସେ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ସେ ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ଙ୍କ ସହ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି।

ସୂଚନା ଅନୁଯାୟୀ, ସଲ୍‌ମାନ୍‌ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ରେ ଅସୀମ୍ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଫର୍‌ହାଦ୍‌ ସାମ୍‌ଜୀଙ୍କ ନିର୍ଦ୍ଦଶନାରେ ତିଆରି ହେଉଥିବା ଏହି ଫିଲ୍ମରେ ସେ ସଲ୍‌ମାନ୍‌ଙ୍କ ସାନ ଭାଇ ଭୂମିକାରେ ଅଭିନୟ କରିପାରନ୍ତି।  ଫିଲ୍ମ ସମୀକ୍ଷକ ସୋହେଲ ଖାନ୍‌ ବି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ହଁ ଏହା ସତ, ଅସୀମ୍‌ଙ୍କୁ ସଲ୍‌ମାନଙ୍କ ଫିଲ୍ମରେ ସାନ ଭାଇର ରୋଲ୍‌ ଦିଆଯାଇଛି।” ଏଥିରୁ ସ୍ପଷ୍ଟ ହେଉଛି ଯେ ସଲ୍‌ମାନ୍‌ଙ୍କ ସହିତ ଅସୀମ୍ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି।

View this post on Instagram

WAKE UP WITH DETERMINATION GO TO BED WITH SATISFACTION.!!

A post shared by Asim Riaz (@asimriaz77.official) on

ଏହି ଖବରଟି ସୋଶାଲ୍‌ ମିଡିଆରେ ଆସିବା ପରଠୁ ଅସୀମ୍‌ଙ୍କ ଫ୍ୟାନ୍‌ମାନେ ବେଶ୍‌ ଖୁସି ଅଛନ୍ତି। ସେମାନେ ଅସୀମ୍‌ଙ୍କୁ ବଡ଼ ପରଦାରେ ଦେଖିବା ଲାଗି ବେଶ୍ ଉତ୍ସାହିତ ଅଛନ୍ତି। ସୋଶାଲ୍‌ ମିଡିଆ ଜରିଆରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ କିଛି ଫ୍ୟାନ୍‌ କହୁଛନ୍ତି ଯେ ଅସୀମ୍‌ କୌଣସି ଫିଲ୍ମରେ ସାଇଡ୍‌ ରୋଲ୍‌ କରିବା କଥା ନୁହେଁ। ସେ ଲିଡ୍‌ ରୋଲ୍‌ରେ ଅଭିନୟ କରିବା ଉଚିତ୍‌। ଏଥିପାଇଁ ତାଙ୍କୁ ଟିକେ ଧୈର୍ଯ୍ୟ ରଖିବାକୁ ପଡ଼ିବ। ତେବେ କିଛି ଫ୍ୟାନ୍‌ କହୁଛନ୍ତି ଯେ ସୁପରଷ୍ଟାର୍‌ ସଲ୍‌ମାନଙ୍କ ସହ ଫିଲ୍ମରେ କାମ କରିବା ଅସୀମ୍‌ଙ୍କ ପାଇଁ ଏକ ବହୁତ ବଡ଼ ସୁଯୋଗ। ଏହା ତାଙ୍କ ପାଇଁ ବରଦାନ ସଦୃଶ ହେବ।

ସୂଚନାଯୋଗ୍ୟ, ‘ବିଗ୍‌ ବସ୍‌ ୧୩’ରେ ଅସୀମ୍ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ। ସେଠୁ ବାହାରିବା ପରେ ସେ ବେଶ୍‌ କିଛି ପ୍ରୋଜେକ୍ଟ ସାଇନ୍‌ କରିସାରିଲେଣି।  କିଛିଦିନ ତଳେ ସେ ବଲିଉଡ୍‌ ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କ ସହ ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିଥିଲେ। ଏଥିରେ ତାଙ୍କର ନୂଆ ଅନ୍ଦାଜ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହା ବ୍ୟତୀତ ସେ ଖୁବ୍‌ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡ ହିମାଂଶୀ ଖୁରାନାଙ୍କ ସହ ଏକ ମ୍ୟୁଜିକ୍‌ ଭିଜିଓରେ ମଧ୍ୟ ନଜର ଆସିବେ।



from Odisha Reporter https://ift.tt/38RNJFs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages