ଆୟୁଷ୍ମାନ ଭାରତ ଅଧୀନରେ ସାମିଲ ହେବ ‘କରୋନା’ ଚିକିତ୍ସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

ଆୟୁଷ୍ମାନ ଭାରତ ଅଧୀନରେ ସାମିଲ ହେବ ‘କରୋନା’ ଚିକିତ୍ସା

ନୂଆଦିଲ୍ଲୀ: କୋଭିଡ୍‌-୧୯ ବା କରୋନା ଜନିତ ଚିକତ୍ସାକୁ ଭାରତ ସରକାରଙ୍କ ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ଅଧୀନରେ ସାମିଲ କରାଯିବ। କେନ୍ଦ୍ର ସରକାରଙ୍କର ଏହି ସ୍ୱାସ୍ଥ୍ୟବୀମାରେ ‘କରୋନା’କୁ ସାମିଲ କରିବାକୁ ନ୍ୟାସନାଲ ହେଲ୍‌ଥ ଅଥରିଟି ନିଷ୍ପତ୍ତି ନେଇଛନ୍ତି। ଫଳରେ ଗରିବରୁ ଅତି ଗରିବ ଲୋକେ ଏହି ଯୋଜନା ଅଧୀନରେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ।

ବର୍ତ୍ତମାନ ଆୟୁଷ୍ମାନ ଭାରତ ହିତାଧିକାରୀ ସରକାରଙ୍କ ସହ ଏମ୍‌ପ୍ୟାନେଲ ହୋଇଥିବା ଘରୋଇ ହସ୍ପିଟାଲରେ ବିନା ଦେୟରେ କୋଭିଡ୍‌-୧୯ ପରୀକ୍ଷା କରାଇପାରିବ। ଯଦି ସେ ଘରୋଇ ହସ୍ପିଟାଲରେ ଆଇସୋଲେସନ୍‌ରେ ଅଛନ୍ତି, ତାହାଲେ ମଧ୍ୟ ତାହା ଏହି ଯୋଜନା ଅଧୀନରେ ଯିବ।

ପରିଚୟ ଗୋପନ ରଖି ଜଣେ ଏନ୍‌ଏଚ୍‌ଏ ଅଧିକାରୀ କହିଛନ୍ତି, ଆୟୁଷ୍ମାନ ହିତାଧିକାରୀଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍‌ ଚୂଡ଼ାନ୍ତ କରାଯାଇଛି। ଏମ୍‌ପ୍ୟାନେଲ୍‌ ହୋଇଥିବା ହସ୍ପିଟାଲମାନଙ୍କରେ କୋଭିଡ୍‌-୧୯ ଚିହ୍ନଟ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

ଏଥିସହିତ ଭାଇରାଲ ଇନ୍‌ଫେକ୍ସନ୍‌ ଜନିତ ଚିକିତ୍ସା ମଧ୍ୟ ଆୟୁଷ୍ମାନ ଭାରତ ଅଧୀନରେ ଆସିପାରେ ବୋଲି କୁହାଯାଉଛି। ଶ୍ୱାସ ପ୍ରଶ୍ୱାସ ପରି ଗୁରୁତର କ୍ଷେତ୍ରରେ ଆଇସିୟୁ ଦରକାର ପଡ଼ିଲେ ସେଥିପାଇଁ ମଧ୍ୟ ଅତିରିକ୍ତ ଭାବେ ପ୍ୟାକେଜ୍‌ ବ୍ୟବସ୍ଥା କରାଯିବାର ଅଛି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ବିଶ୍ୱର ସର୍ବବୃହତ ଏବଂ ସମ୍ପୂର୍ଣ୍ଣ ସରକାରଙ୍କ ପରିଚାଳିତ ସ୍କିମ୍‌।



from Odisha Reporter https://ift.tt/3bnaoes

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages