ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ ଲଗାତର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତି ୮ଟା ବେଳେ ଦେଶବାସୀଙ୍କୁ ପୁଣି ସମ୍ବୋଧନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ୨୨ ମାର୍ଚ୍ଚରେ ‘ଜନତା କର୍ଫ୍ୟୁ’ ପାଇଁ ଆହ୍ୱାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ବିଶ୍ୱ ମହାମାରୀ କରୋନା ଭୂତାଣୁର ବଢ଼ୁଥିବା ପ୍ରକୋପ ସମ୍ବନ୍ଧରେ କିଛି ମହତ୍ୱପୂର୍ଣ୍ଣ କଥା ଦେଶବାସୀଙ୍କୁ କହିବି। ଆଜି, ୨୪ ମାର୍ଚ୍ଚ ରାତି 8ଟା ବେଳେ ଦେଶକୁ ସମ୍ବୋଧିତ କରିବି।’ ତେବେ କରୋନା ମୁକାବିଲା ସମ୍ବନ୍ଧୀୟ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ସମ୍ବୋଧନ ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ବାର୍ତ୍ତା।

ସୂଚନା ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣରେ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଛୁଇଁବାକୁ ବସିଲାଣି। ଏଭଳି ପରିସ୍ଥିତିରେ ଦେଶର ଅଧିକାଂଶ ରାଜ୍ୟ ଓ ସହରଗୁଡ଼ିକୁ ଲକ୍ ଡାଉନ୍ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ୩୦ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୬୦୬ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସେହିଭଳି ପଞ୍ଚାବରେ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍ ଡାଉନ୍ କରାଯାଇଛି। ଯଦି ବିଶ୍ୱ ସ୍ତରୀୟ କଥା କହିବା, ତେବେ ସାରା ଦୁନିଆରେ ୩ ଲକ୍ଷରୁ ଅଧିକ ଲୋକ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ହେଲେଣି। ଆଉ ଏହି ମାରାତ୍ମକ ଭୂତାଣୁ ୧୪ ହଜାରୁ ଅଧିକ ଜୀବନ ନେଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2Uf7XVo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages