ମୋଦି ବ୍ୟକ୍ତିଗତ ଭାବେ କରୁଛନ୍ତି କରୋନା ସମୀକ୍ଷା, ରାଜ୍ୟସଭାରେ ବିବୃତି ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 5, 2020

ମୋଦି ବ୍ୟକ୍ତିଗତ ଭାବେ କରୁଛନ୍ତି କରୋନା ସମୀକ୍ଷା, ରାଜ୍ୟସଭାରେ ବିବୃତି ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଏଯାଏ କରୋନାରେ ୨୯ ଜଣ ଲୋକ ଆକ୍ରାନ୍ତ ହେବା ଖବର ମିଳିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ଏସବୁ ଭିତରେ ଲୋକଙ୍କୁ କୌଣସି ପ୍ରକାରର ଆତଙ୍କିତ ନ ହେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

ସେହିପରି କରୋନା ସ୍ଥିତି ଉପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ରଖିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ କହିଛନ୍ତି। ଆଜି ରାଜ୍ୟସଭାରେ କରୋନା ସ୍ଥିତି ଉପରେ ବିବୃତି ରଖି ସେ କହିଛନ୍ତି ଯେ ପ୍ରତିଦିନ କରୋନା ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ସମୀକ୍ଷା କରୁଛନ୍ତି।

ମୁଁ ମଧ୍ୟ ସ୍ଥିତି ଉପରେ ନଜର ରଖିଛି। କରୋନା ସ୍ଥିତି ପରଖିବା ପାଇଁ ମନ୍ତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ ହୋଇଛି। ଏଯାଏ ଦେଶରେ ୨୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେରଳରେ ଚିହ୍ନଟ ହୋଇଥିବା ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିବା ପୂର୍ବରୁ ଭାରତ ସରକାର ଜାନୁଆରୀ ୧୭ରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଆରମ୍ଭ କରିଥିଲେ। ମାର୍ଚ୍ଚ ୪ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ ୬,୧୧,୧୭୬ ଜଣଙ୍କୁ ସ୍କ୍ରିନିଂ କରାଯାଇଛି। ମାର୍ଚ୍ଚ ୪ ସୁଦ୍ଧା ୨୮ ହଜାର ୫୨୯ ଜଣଙ୍କୁ କମ୍ୟୁନିଟି ସର୍ଭେଲାନ୍ସକୁ ଅଣାଯାଇ ସେମାନଙ୍କ ପରୀକ୍ଷା ନୀରିକ୍ଷା କରାଯାଇଥିଲା। ଟ୍ରାଭେଲ ଆଡଭାଇଜରୀ ଜାରି କରାଯିବା ସହ ଏକାଧିକ ସଂକ୍ରମିତ ରାଷ୍ଟ୍ରରୁ ଆସିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ଭିସାକୁ ରଦ୍ଦ କରାଯାଇଛି।

ଆମେ ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛୁ। ଏହାର ମୁକାବିଲା ଆମକୁ କରିବାକୁ ପଡ଼ିବ। ଇରାନରେ କିଛି ଭାରତୀୟ ଛାତ୍ର ଓ ଶ୍ରଦ୍ଧାଳୁ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମଧ୍ୟ ନଜର ରଖାଯାଇଛି।

ଦେଶର ପ୍ରତି ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ କୁହାଯାଇଛି। ସମସ୍ତ ସ୍କୁଲଗୁଡ଼ିକର କର୍ତ୍ତୃପକ୍ଷଙ୍କୁ ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/39sfCVx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages