ପୁରୀ(ଓଡ଼ିଶା ରିପୋର୍ଟର): ୟେସ୍ ବ୍ୟାଙ୍କ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଆରବିଆଇ ଏବେ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ନେଇ କଟକଣା ଜାରି କରିଛି। ସ୍ଥିତି ଏପରି ହୋଇଛି ଯେ, ରିଜର୍ଭ ବ୍ୟାଙ୍କ ୟେସ୍ ବ୍ୟାଙ୍କର ବୋର୍ଡ ଅଫ୍ ଡିରେକ୍ଟରମାନଙ୍କ କ୍ଷମତା ସଙ୍କୁଚିତ କରି ନିଜ ହାତକୁ କ୍ଷମତା ନେଇଛି।
ୟେସ୍ ବ୍ୟାଙ୍କର ଏପରି ସ୍ଥିତି ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଜମାଟଙ୍କାକୁ ନେଇ ଆଶଙ୍କା ଦେଖାଦେଇଛି । ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ୫୪୫କୋଟି ଟଙ୍କା କିପରି ଫେରସ୍ତ ଆସିବ ତାକୁ ନେଇ ଚିନ୍ତା ବଢିଛି । ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ ସମସ୍ତେ ଏଠାରୁ ଦରମା ନିଅନ୍ତି । ଯଦି ଏହି ଟଙ୍କା ବୁଡିଯାଏ, ତେବେ ଶ୍ରୀମନ୍ଦିର ପରିଚାଳନାରେ ମହାବିଭ୍ରାଟ ଉପୁଜିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପରିକି ଗତ ୨୦ରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୟେସ୍ ବ୍ୟାଙ୍କ ଜମା ଟଙ୍କାକୁ ନେଇ ତୁମ୍ବିତୋଫାନ ହୋଇଥିଲା।
ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ନେଇ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଜାତୀୟ ବ୍ୟାଙ୍କ୍ରେ ଟଙ୍କା ନ ରଖି ଘରୋଇ ବ୍ୟାଙ୍କରେ କାହିଁକି ରଖିଲ ବୋଲି ପ୍ରଶ୍ନ କରିଛନ୍ତି ସୁର। ଏହା ପଛରେ ଉଦ୍ଦେଶ୍ୟ କଣ, ଏହାର ନିରପେକ୍ଷ ତଦନ୍ତ ହେଉ। ମହାପ୍ରଭୁଙ୍କ ଟଙ୍କାକୁ ଏମିତି ହେରଫେର କଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସୁର।
ଅପରପକ୍ଷେ, ୟେସ୍ ବ୍ୟାଙ୍କରେ ପୁରୀ ଶ୍ରୀମନ୍ଦିରର ଟଙ୍କା ଜମା ପ୍ରସଙ୍ଗକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି। ଅଧତ୍କ ସୁଧ ଲୋଭରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ଟଙ୍କା ରଖିଛନ୍ତି। ଏହା ନିଶ୍ଚିତ ଭାବେ ଏକ ଭୁଲ ପଦକ୍ଷେପ ଥିଲା ଥିଲା ବୋଲି ସେ କହିଛନ୍ତି। ୟେସ୍ ବ୍ୟାଙ୍କ୍ ଦେବାଳିଆ ହେବା ନିଶ୍ଚିତରେ ଚିନ୍ତାଜନକ ବିଷୟ। RBI ସହ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଭାବେ ଆଲୋଚନା କରନ୍ତୁ। ମହାପ୍ରଭୁଙ୍କ ଟଙ୍କା କିପରି ଉଠାଣ ହେବ ସେନେଇ ବ୍ୟବସ୍ଥା କରିବାକୁ କହିଛନ୍ତି ମହେଶ୍ୱର।
from Odisha Reporter https://ift.tt/39rh0b6
No comments:
Post a Comment