Galaxy M30ର ବିକ୍ରି ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 6, 2020

Galaxy M30ର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଗତ ପେବୃଆରୀ ୨୫ରେ ସାମ୍‌ସଙ୍ଗ୍ ଭାରତରେ ଏକ ନୂଆ ମିଡ୍‌ ରେଞ୍ଜ୍ ସ୍ମାର୍ଟଫୋନ୍‌ ଲଞ୍ଚ୍ କରିଛି। ଯାହାର ନାଁ ହେଉଛି Galaxy M31। ଫୋନ୍‌ଟି ଲଞ୍ଚ୍‌ ହେବା ଦିନରୁ ଗ୍ରାହକ ଏହାକୁ କିଣିବା ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର୍। ବର୍ତ୍ତମାନ୍‌ ଏହି ଫୋନ୍‌ର ବିକ୍ରି ଆରମ୍ଭ ହୋଇଯାଇଛି। ଏହି ଫୋନ୍‌ଟି Galaxy M30ର ଅପ୍‌ଡେଟ୍‌ ଭର୍ସନ୍। ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏହାର 64MP କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌।

ଗତକାଲି ମଧ୍ୟାହ୍ଣ ୧୨ଟାରୁ କମ୍ପାନୀ Galaxy M31ର ବିକ୍ରି ଆରମ୍ଭ କରିଦେଇଛି। ଏହି ଫୋନ୍‌ଟିକୁ କମ୍ପାନୀ ଦୁଇଟି ଭ୍ୟାରିୟାଣ୍ଟ  6GB + 64GB ଓ 6GB + 128ରେ ଲଞ୍ଚ୍‌ କରିଛି। ଯାହାର ମୂଲ୍ୟ ଯଥାକ୍ରମେ ୧୫ ହଜାର ୯୯୯ ଟଙ୍କା ଓ ୧୬ ହଜାର ୯୯୯ଟଙ୍କା ରଖାଯାଇଛି। ଲଞ୍ଚ୍‌ ଅଫର୍‌ ଭାବେ କମ୍ପାନୀ ଏହି ଫୋନ୍‌ରେ ହଜାର ଟଙ୍କାର ଅତିରିକ୍ତ ରିହାତି ମଧ୍ୟ ଦେଉଛି। ଫଳରେ ଫୋନ୍‌ର ମୂଲ୍ୟର ୧୪ ହଜାର ୯୯୯ ଟଙ୍କାରୁ ଆରମ୍ଭ ହୋଇପାରିବ। ଗ୍ରାହକ ଏହି ଫୋନ୍‌ଟିକୁ ଆମାଜନ ଇଣ୍ଡିଆ, ସାମ୍‌ସଙ୍ଗର ଅଫିସିଆଲ୍ ୱେବସାଇଟ୍‌ ଓ କିଛି ରିଟେଲ୍‌ ଷ୍ଟୋର୍‌ରୁ କିଣିପାରିବେ।

ଫିଚର: Galaxy M31ରେ ଆପଣଙ୍କୁ ଫୁଲ୍‌ ଏଚ୍‌ଡି ସୁପର ଆମୋଲେଡ୍‌ ଡିସ୍‌ପ୍ଲେ, Exynos 9611 ପ୍ରୋସେସର୍, Android 10 ଅପଡେଟ୍‌  ଓ ସବୁଠୁ ପାୱାର୍‌ଫୁଲ୍‌ 6,000mAh ବ୍ୟାଟେରୀ ସହ ୧୫ ୱାଟ୍‌ ଫାଷ୍ଟଚାର୍ଜ ସପୋର୍ଟ ମିଳିବ। ଫଟୋଗ୍ରାଫି ପାଇଁ ଏହାର ପଛରେ 64MP+8MP+5MP+5MPର କ୍ୱାଡ୍‌ କ୍ୟାମେରା ରହିଛି।  ଏଥିସହ ସେଲ୍‌ଫି ପାଇଁ ଏଥିରେ 32MPର ଫ୍ରଣ୍ଟ୍ କ୍ୟାମେରା ରହିଛି।

 



from Odisha Reporter https://ift.tt/2Tu2UzS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages