ନୂଆଦିଲ୍ଲୀ: ଲକ୍ଡାଉନ୍ ବେଳେ ପେଟ୍ରୋଲ ଓ ଡିଜେଲର ଦାମ ମଧ୍ୟ ସ୍ଥିର ରହିଛି। ୧୧ ଦିନ ହେବ ପେଟ୍ରୋଲ ଓ ଡିଜେଲର ଦାମ ଅପରିବର୍ତ୍ତିତ ରହିଥିବା ସୂଚନା ରହିଛି। ମାର୍ଚ୍ଚ ୨୭ରେ ମଧ୍ୟ ପେଟ୍ରୋଲ ଓ ଡିଜେଲର ଦାମ ଅପରିବର୍ତ୍ତିତ ରହିଛି। ଯାହା ବି ବଦଳିଛି ୫ ପଇସା ୨୦ ପଇସା ମଧ୍ୟରେ ସମୀତ ରହିଥିବା ଦେଖିବାକୁ ମିଳିଛି।
ତେବେ ତେଲ ଦର ଅପରିବର୍ତ୍ତିତ ରହିବାର କାରଣ ବିଶ୍ୱ ମହାମାରୀ କରୋନା ଭାଇରସ ପାଇଁ। କରୋନା ଭାଇରସ ପାଇଁ ସାରା ବିଶ୍ୱରେ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ଅଶୋଧିତ ତେଲର ଦାମ ଏବେ ବିଗତ ୧୭ ବର୍ଷ ତଳେ ଥିବା ମୂଲ୍ୟଠୁ କମ୍ ରହିଛି।
ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦାମ ୬୯.୫୯ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୬୨.୨୯ ପଇସା ରହିଛି। କୋଲକାତାରେ ପେଟ୍ରୋଲ ଦାମ ଲିଟର ପିଛା ୭୨.୨୯ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୬୪.୬୨ ପଇସା ରହିଛି।
ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬୮.୫୮ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୬୬.୭୦ ପଇସା ରହିଛି।
from Odisha Reporter https://ift.tt/3dwr5WD
No comments:
Post a Comment