ଦିଲ୍ଲୀ ମସଜିଦ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ୬ ଜଣଙ୍କର କରୋନାରେ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 30, 2020

ଦିଲ୍ଲୀ ମସଜିଦ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ୬ ଜଣଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଥିବା ଏକ ମସଜିଦ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ପୂର୍ବରୁ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇଥିଲା। ଏହି ବ୍ୟକ୍ତିମାନେ ତେଲେଙ୍ଗାନାର ବୋଲି ଜଣାପଡ଼ିଛି ଏବଂ ସେମାନେ ନିଜ ରାଜ୍ୟକୁ ଆସିବା ପରେ ପ୍ରାଣ ହରାଇଛନ୍ତି। ଏଥିରେ ଯୋଗଦେଇଥିବା ଜଣେ ଧର୍ମଗୁରୁ ପୂର୍ବରୁ ଶ୍ରୀନଗରଠାରେ ପ୍ରାଣ ହରାଇସାରିଛନ୍ତି।

ଏହି କାର୍ଯ୍ୟକ୍ରମରେ ୨୦୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ମ୍ୟାଲେସିଆ, ସାଉଦି ଆରବ ଏବଂ କାର୍ଗିଜସ୍ତାନର ଲୋକେ ଯୋଗ ଦେଇଥିଲେ। ମାର୍ଚ୍ଚ ମାସ ମଧ୍ୟ ଭାଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଗତ ମାର୍ଚ୍ଚ ୨୪ରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି କରାଯିବା ପରେ ମଧ୍ୟ ଏଠାରେ ୧୪୦୦ ଲୋକ ରହିଥିଲେ। ଏହା ସ୍ୱାସ୍ଥ୍ୟଗତ କାରଣରୁ ବିପଦ ହୋଇଥିଲେ ମଧ୍ୟ ଏହାକୁ ବେଖାତିର କରାଯାଇଥିଲା।

ଏହା ପରେ ପରେ ବେଶ କିଛି ଲୋକଙ୍କଠାରେ କରୋନା ଭଳି ଲକ୍ଷଣ ଦେଖାଯାଇଥିଲା। ଫଳରେ ୩୦୦ ଜଣଙ୍କୁ ଚିହ୍ନଟ କରି ପରୀକ୍ଷା ପାଇଁ ନିଆଯାଇଥିଲା ଏବଂ ଆଇସୋଲେସନ୍‌ରେ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜର ୯ ଜଣ ବ୍ୟକ୍ତି ଏବଂ ଜଣଙ୍କର ସ୍ତ୍ରୀ ମଧ୍ୟ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହା ପୂର୍ବରୁ କର୍ତ୍ତୃପକ୍ଷ ଘଟଣାସ୍ଥଳର ଆଖାପାଖ ଅଞ୍ଚଳ ସିଲ୍‌ କରିଛନ୍ତି। କର୍ତ୍ତୃପକ୍ଷଙ୍କ ନାମରେ ଏଫ୍‌ଆଇଆର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି। ବୃହତ୍‌ ସଂଖ୍ୟାରେ ଲୋକଙ୍କଠାରେ କରୋନା ଜନିତ ଲକ୍ଷଣ ଦେଖାଯାଉଥିବା ଅଭିଯୋଗ ହେବାପରେ ଅର୍ଦ୍ଧସାମରିକ ବାହିନୀ ଏବଂ ମେଡିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, କରୋନା ବିରୋଧରେ ଘୋଷିତ ଲଢ଼େଇରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି। ଏଭଳି ଏକତ୍ରିକରଣ କାର୍ଯ୍ୟକ୍ରମକୁ ସ୍ପଷ୍ଟ ମନା କରାଯାଉଛି। ବିଭିନ୍ନ ଧର୍ମଗୁରୁ ମଧ୍ୟ ସମାନ ଆହ୍ୱାନ ଦେଇଛନ୍ତି। କିନ୍ତୁ କିଛି ସ୍ଥଳରେ ଏଭଳି ବେଖାତିର ଲୋକଙ୍କ ପାଇଁ ବିପଦକୁ ଡାକି ଆଣିଛି।



from Odisha Reporter https://ift.tt/2WXm2bQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages