ଲକ୍‌ଡାଉନ୍ ବେଳେ ଟିଭି ପରଦାକୁ ଫେରିଲା ‘ରାମାୟଣ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 26, 2020

ଲକ୍‌ଡାଉନ୍ ବେଳେ ଟିଭି ପରଦାକୁ ଫେରିଲା ‘ରାମାୟଣ’

ନୂଆଦିଲ୍ଲୀ: ଆଜି କରୋନା ଭୂତାଣୁ ପାଇଁ ସାରା ଭାରତ ଲକ୍‌ଡାଉନ୍। କିନ୍ତୁ ଦିନ ଥିଲା ବିନା ଘୋଷଣାରେ, କି ବିନା ନିର୍ଦ୍ଦେଶରେ ସାରା ଦେଶରେ ଲକ୍‌ଡାଉନ୍ ପରିସ୍ଥିତି ସୃଷ୍ଟି ହେଉଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ଭୟରେ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଉଛି, ହେଲେ ସେତେବେଳେ କୌଣସି ଚାପ ବିନା ଖୁସିରେ ଖୁସିରେ ଲୋକେ ଘରେ ରହୁଥିଲେ। ଆଉ ଏଭଳି ଅସମ୍ଭବକୁ ସମ୍ଭବ କରିପାରିଥିଲା ଟିଭି ଦୁନିଆରେ ଐତିହାସିକ ସଫଳତା ହାସଲ କରିଥିବା ଦୁଇଟି ପୌରାଣିକ ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’।

ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଓ ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’କୁ କିଏ ବା ଭୁଲିପାରେ? ୮୦ ଦଶକର ଶେଷରେ ଓ ୯୦ ଦଶକର ମଧ୍ୟଭାଗରେ ପ୍ରସାରିତ ଏହି ଦୁଇଟି ପୌରାଣିକ ଧାରାବାହିକ ଭାରତୀୟ ଦର୍ଶକଙ୍କ ବିପୁଳ ଭଲପାଇବା ହାସଲ କରିଥିଲା। ଏବେ ପୁଣି ଏହି ଧାରାବାହିକ ଟିଭିରେ ପ୍ରସାରିତ ହେବାକୁ ଯାଉଛି। ଏବେ କରୋନା ପାଇଁ ନୁହେଁ ବରଂ ଧାରାବାହିକ ପ୍ରେମରେ ପଡ଼ି ଲୋକେ ସ୍ୱତଃପ୍ରବୃତ ଭାବେ ଘରୁ ଆଉ ବାହାରକୁ ବାହାରିବେ ନାହଁ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ସାରା ଭାରତକୁ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ମୁକାବିଲା ଲାଗି ଏହି ଦିନଗୁଡ଼ିକରେ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଛି। ତେବେ ନିର୍ଦ୍ଦେଶ ପାଳନ ନ କଲେ କଠୋର କାର‌୍ୟ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଏଭଳି ସ୍ଥଳେ ଏତେଗୁଡ଼େ ଦିନ ଘରେ ଖାଲିରେ ବସି ରହିବା ଲୋକଙ୍କ ମାନସିକ ଚାପର କାରଣ ହୋଇପାରେ। ଏଣୁ କେତେଜଣ ଦର୍ଶକ ଟ୍ୱିଟରରେ ଏଭଳି ସମୟରେ ଟିଭିରେ ପୁଣି ‘ରାମାୟଣ’ ଓ ‘ମହାଭାରତ’ ଦେଖିବାକୁ ଡିମାଣ୍ଡ କରିଥିଲେ। ଏନେଇ ପ୍ରସାର ଭାରତୀର ସିଇଓ ଶଶି ଶେଖର ଟିଭିରେ ଧାରାବାହିକକୁ ପୁନଃପ୍ରସାରଣ କରିବାକୁ ଆଲୋଚନା ଚାଲିଥିବା କହିଥିଲେ। ଏହାପରେ ଅନେକ ଲୋକ ଏନେଇ ଟ୍ୱିଟରରେ ନିଜ ନିଜର ଇଚ୍ଛା ପ୍ରକାଶ କରିଥିଲେ।

ତେବେ ଏତେ ସଂଖ୍ୟକ ଲୋକଙ୍କ ଚାହିଦାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଦର୍ଶକମାନଙ୍କୁ ଖୁସି କରିଦେଇଛନ୍ତି। ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୨୮ରୁ ‘ଡିଡି ନ୍ୟାଶନାଲ’ ଚ୍ୟାନେଲରେ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’କୁ ପୁନଃପ୍ରସାରଣ କରାଯିବ। ଏହି କ୍ରମରେ ‘ରାମାୟଣ’ର ଗୋଟିଏ ଏପିସୋଡ୍ ସକାଳ ୯ଟାରୁ ୧୦ ଯାଏଁ ଏବଂ ଆଉ ଏକ ଏପିସୋଡ୍ ସନ୍ଧ୍ୟା ୯ଟାରୁ ୧୦ଟା ଯାଏ ପୁନଃପ୍ରସାରିତ ହେବ।

କେନ୍ଦ୍ରମନ୍ତ୍ରୀଙ୍କ ଦର୍ଶକଙ୍କୁ ଏଭଳି ଭେଟି ନିଶ୍ଚିତ ଭାବେ ଭାରତରେ ଲକ୍‌ଡାଉନ୍ ସ୍ଥିତିକୁ ସଫଳ କରିବାରେ ସହଯୋଗ କରିବ ବୋଲି ଆଶା କରାଯାଉଛି। ସୂଚନା ଥାଉ କି, ଆଗାମୀ ଦିନରେ ‘ମହାଭାରତ’ ଓ ‘ଚାଣକ୍ୟ’ ମଧ୍ୟ ଟିଭି ପରଦାରେ ପୁନଃପ୍ରସାରିତ ହୋଇପାରେ। ଏନେଇ ମଧ୍ୟ ଦର୍ଶକଙ୍କୁ ଖୁବ୍ ଡିମାଣ୍ଡ ଥିବାବେଳେ ସେମାନେ ଟ୍ୱିଟ୍ ମାଧ୍ୟମରେ ଏକଥା ଜଣାଇଛନ୍ତି।



from Odisha Reporter https://ift.tt/2wFhfRD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages