ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସାରା ଦେଶ ଲକ୍ଡାଉନ୍ରେ ଅଛି। ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। ତା’ସହିତ ଜରୁରୀ କାମ ନଥିଲେ ନ ବାହାରିବାକୁ କୁହାଯାଇଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଘୋଷଣା କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଖାଦ୍ୟ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ତା’ସହିତ ପଶୁପକ୍ଷୀଙ୍କୁ ଖାଇବାକୁ ଦେବାକୁ କହିଥିଲେ। ଅନେକ ଲୋକ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ମା’ଝିଅ ପୁଷ୍ପା ପଣ୍ଡା ଓ ଅନୁଭା। ଗତକାଲି ମଧ୍ୟାହ୍ନରେ ସେମାନେ ଘରୁ ବାହାରକୁ ଆସି ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଇବାକୁ ଦେଇଥିଲେ।
from Odisha Reporter https://ift.tt/3aipYaZ
No comments:
Post a Comment