ବସ୍‌ରେ ଲାଗିଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ବସ୍‌ରେ ଲାଗିଲା ନିଆଁ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ନନ୍ଦପୁର ନିକଟରେ ଏକ ବସ୍‌ରେ ନିଆଁ ଲାଗିଯାଇଛି। ତେବେ ବସ୍‌ରେ ଥିବା ୫୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଆଜି ସକାଳେ ବସ୍‌ଟି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ନନ୍ଦପୁର ଛକରେ ସଟ୍‌ ସର୍କିଟ ଯୋଗୁ ବସ୍‌ରେ ନିଆଁ ଲାଗି ଯାଇଥିଲା ଓ ୱାରିଙ୍ଗରୁ ଧୂଆଁ ବାହାରିଥିଲା। ଏହି ସମୟରେ ଵସ୍‌ ପଛରେ ଆସୁଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ  ଧୂଆଁ ବାହାରୁଥିବା ଦେଖି ଗାଡ଼ିଟିକୁ ଅଟକାଇଥିଲେ। ଏହାପରେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ ନିଆଁ ଲିଭା ଯାଇଥିଲେ। ଯାତ୍ରୀ ଓହ୍ଲାଇଵା ଭିତରେ ଦଳା ଚକଟାରେ ଗୋଟିଏ ଛୋଟିଆ ପିଲା ଆହତ ହୋଇଛି। ଆହତ ପିଲାଟିକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2xlEujP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages