କରୋନା ଆତଙ୍କ; ମନ୍ତ୍ରୀ, ଅଫିସରଙ୍କୁ ବିଦେଶ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

କରୋନା ଆତଙ୍କ; ମନ୍ତ୍ରୀ, ଅଫିସରଙ୍କୁ ବିଦେଶ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଏ ଯାଏ କେହି ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଏହାର ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ। ଏଥିସହ ସମସ୍ତ ସରକାରୀ କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଉପସ୍ଥାନ କୋହଳ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାଣଘାତୀ କରୋନା ଭାଇରାସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଏଯାଏ ଓଡ଼ିଶାରେ କେହି ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଏହାକୁ ନେଇ ରାଜ୍ୟବାସୀ ଭୟଭୀତ ହୋଇ ପଡ଼ିଛନ୍ତି। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କରୋନାର ମୁକାବିଲା ନିମନ୍ତେ ସତର୍କତା ସ୍ୱରୂପ ସ୍କୁଲ୍ ଓ ଗଣଶିକ୍ଷା ବିଭାଗକୁ  ଓ ପରିବହନ ବିଭାଗକୁ ବହୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରତିଦିନ ଚଟାଣ, ଟେବୁଲ୍, ଡେସ୍କ, କବାଟ ହ୍ୟାଣ୍ଡେଲ୍ ଆଦି ସଫା କରିବାକୁ ଆଡଭାଇଜରି ଜାରି କରାଯାଇଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍କୁଲ ନଆସିବାକୁ କୁହାଯାଇଛି। ହାତ ଧୋଇବା ପାଇଁ ପାଣି ଓ ସାବୁନର ବ୍ୟବସ୍ଥା କରିବା ସହ ହଷ୍ଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସମସ୍ତ ଯାତ୍ରୀବାହୀ ଗାଡ଼ିରେ ସିଟ୍ ଓ ହ୍ୟାଣ୍ଡେଲ୍ ଆଦି ପ୍ରତିଦିନ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଗାଡ଼ିରେ କାଶୁଥିବା ବା ଛିଙ୍କୁଥିବା ଯାତ୍ରୀଙ୍କ ପାଇଁ ମାସ୍କର ବନ୍ଦୋବସ୍ତ କରାଯାଇପାରିବ। ସମସ୍ତ ଯାତ୍ରୀବାହୀ ଗାଡ଼ିରେ କାଶିବା ବା ଛିଙ୍କିବା ବେଳେ ମୁହଁକୁ ଢାଙ୍କିବା ପାଇଁ ସଚେତନଧର୍ମୀ ସୂଚନା ପ୍ରଦର୍ଶନ କରାଯିବ। ପର୍ଯ୍ୟାପ୍ତ  ପରିମାଣର N-95 ମାସ୍କ ମହଜୁଦ ରଖିବାକୁ ଏବଂ ଆଗାମୀ ୯ ମାସର ଆବଶ୍ୟକତା ପାଇଁ ଔଷଧପତ୍ର ଓ ଚିକିତ୍ସା ସରଞ୍ଜାମ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।

ରାଜ୍ୟ ଓ ଜିଲ୍ଲା ସ୍ତରରେ ମୁଖ୍ୟ ଶାସନ ସଚିବ ଓ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରତିଦିନ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପଞ୍ଚାୟତିରାଜ, ନଗର ଉନ୍ନୟନ ଓ SHGକୁ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତ ଓ ପଞ୍ଚାୟତ ସମିତିରେ ସଭା କରି ସଚେତନ କରିବାକୁ କୁହାଯାଇଛି। ସହରର ମୁଖ୍ୟ ରାସ୍ତାରେ ସଚେତନଧର୍ମୀ ହୋର୍ଡିଂ, ବ୍ୟାନର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।



from Odisha Reporter https://ift.tt/2TsXMMC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages