ବିଧାନସଭାରେ ବାୟୋମେଟ୍ରିକ୍ ଉପସ୍ଥାନ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ବିଧାନସଭାରେ ବାୟୋମେଟ୍ରିକ୍ ଉପସ୍ଥାନ ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ସବୁଠି ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। କରୋନା ପ୍ରତିଷେଧକ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ଯ୍ୟାଳୟ ପରିଷ୍କାର ରଖିବା ସହ ଟେବୁଲ, କମ୍ପ୍ୟୁଟର, ଫୋନ୍ ଓ ଅନ୍ୟାନ୍ୟ ଉପକରଣକୁ ଦିନକୁ ୬ ଥର ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କର୍ମଚାରୀମାନେ ନିୟମିତ ହାତକୁ ସାବୁନ୍ କିମ୍ବା ହ୍ୟାଣ୍ଡ ୱାସ୍‌ରେ ସଫା କରିବାକୁ କୁହାଯାଇଛି।

କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ ପାଇଁ କର୍ମଚାରୀ ଟିସୁ ପେପର୍ ବ୍ୟବହାର କରିବାକୁ କୁହାଯାଇଛି। କର୍ମଚାରୀମାନେ ଏକାଠି ହୋଇ ବୈଠକ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେହିଭଳି ବାୟୋମେଟ୍ରିକ୍ ଉପସ୍ଥାନ ବଦଳରେ ରେଜିଷ୍ଟର୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କୌଣସି ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ଫୋପାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।



from Odisha Reporter https://ift.tt/2xwelyR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages