ଇଟାଲୀରେ କରୋନା ନେଲାଣି ୬୩୧ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 11, 2020

ଇଟାଲୀରେ କରୋନା ନେଲାଣି ୬୩୧ ଜୀବନ

ରୋମ୍: ଚୀନ ପରେ ଇଟାଲୀରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ଏହି କିଲର ଭାଇରସ ଏଯାବତ ୬୩୧ ଜଣଙ୍କର ଜୀବନ ନେଇସାରିଥିବା ବେଳେ ୧୦, ୦୦୦ରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥିତି ବେକାବୁ ହେଉଥିବା ଦେଖି ଇଟାଲୀ ସରକାର କଟକଣା ଲଗାଇଛନ୍ତି।

ଇଟାଲୀ ସରକାର ଏକ ବିବୃତ୍ତି ଜାରି କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ୧୦୦୪ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ମେଟ୍ରୋ ୟୁକେର ରିପୋର୍ଟ ଅନୁଯାୟୀ, ଇଟାଲୀରେ ୮୭୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ରହିଛନ୍ତି। ଏ ସମସ୍ତେ ଆଇସିୟୁରେ ରହିଛନ୍ତି।

ସର୍ବସାଧାରଣ ସମାବେଶ, ବିବାହ, ସମାରୋହ, ସିନେମା, ପ୍ରେକ୍ଷାଳୟ, ଜିମ୍ ଏବଂ ପବ୍ ହାଉସ ଗୁଡିକ ଉପରେ ନିଷେଧାଦେଶ ଜାରି କରାଯାଇଛି। ସରକାରଙ୍କ ପରିବର୍ତ୍ତୀ ଆଦେଶ ନଆସିଲା ପର୍ଯ୍ୟନ୍ତ ଏହି ସମସ୍ତ ବ୍ୟବସାୟିକ କେନ୍ଦ୍ର ବନ୍ଦ ରହିବ। ଏହାବାଦ୍ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟ ଏପ୍ରିଲ ୩ ଯାଏ ବନ୍ଦ ରହିବ। ଇଟାଲୀ ତଥା ଦେଶ ମଧ୍ୟରେ ସ୍ଥାନୀୟ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ତେବେ ବିମାନ ଯାତ୍ରା ନେଇ ଏପ୍ରିଲ ୮ରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଘରୋଇ ବିମାନ ବନ୍ଦ କରିବାକୁ ନେଇ ମଙ୍ଗଳବାର ରାତିରେ ନିଷ୍ପତ୍ତି ନିଆ ଯାଇଥିବା ବେଳେ ମାର୍ଚ୍ଚ ୧୩ ପରେ କୌଣସି ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ ନାହିଁ।

ସୂଚନାଯୋଗ୍ୟ, ଚୀନର ଉହାନରୁ ବ୍ୟାପିଥିବା ଏହି କରୋନା ଭାଇରସ ଇଟାଲୀ ସମେତ ସ୍ପେନ, ଫ୍ରାନ୍ସ, ସାଉଥ କୋରିଆ, ଜାପାନ, ଭାରତ, ଆମେରିକା, ବ୍ରିଟେନ ଭଳି ୫୦ରୁ ଅଧିକ ଦେଶକୁ ବ୍ୟାପିଥିବା ଜଣାପଡ଼ିଛି।



from Odisha Reporter https://ift.tt/2vhfyJy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages