ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ୟାକ୍ସ ଓ ପେନାଲ୍ଟି ବାବଦକୁ ଲକ୍ଷାଧିକ ଟଙ୍କା ଟିକସ ଦେଲେନି ବସ୍ ମାଲିକ। ଫଳରେ ମାଲିକଙ୍କ ଅନ୍ୟ ଏକ ବସ୍କୁ ଅଟକାଇ ସିଜ୍ କଲେ ଆର୍ଟିଓ। ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱରରେ।
ଆଜି ବାଲେଶ୍ୱର ଆର୍ଟିଓ ଅଫିସ ସାମ୍ନାରେ ‘ଶ୍ରୀ ଲୋକନାଥ’ ନାମକ ଏହି ଘରୋଇ ବସ୍କୁ ଅଟକା ଯାଇ ସିଜ୍ କରାଯାଇଛି। ଏଥିସହ ବସ୍ର କାଗଜପତ୍ର ବି ଯାଞ୍ଚ କରାଯାଇଛି।
ସୂଚନା ଅନୁସାରେ, ‘ଶ୍ରୀ ଲୋକନାଥ’ ବସ୍ର ମାଲିକ ଗୋପ ପଣ୍ଡାଙ୍କ ଉପରେ ଅନ୍ୟ ଦୁଇ ବସ୍ର ଟ୍ୟାକ୍ସ ଓ ପେନାଲ୍ଟି ବାବଦରେ ୧୩ ଲକ୍ଷ ୫୦ ହଜାର ଟଙ୍କାର ବକେୟା ଥିଲା। ଏହି ବକେୟା ଅର୍ଥ ସେ ନ ଦେବାରୁ ଅନ୍ୟ ବସ୍କୁ ଜବତ କରିବା ଲାଗି ପରିବହନ କମିଶନର ନିର୍ଦ୍ଦେଶ ଦେଇଥିଲେ। ଫଳରେ ବାଲେଶ୍ୱର ଆର୍ଟିଓ ଆଜି ଗୋପଙ୍କ ଅନ୍ୟ ବସ୍ ‘ଶ୍ରୀ ଲୋକନାଥ’ ବାଲେଶ୍ୱର ଆସୁଥିବା ବେଳେ ଅଟକାଇ ତାହାକୁ ସିଜ୍ କରିଥିଲେ।
from Odisha Reporter https://ift.tt/2v0PMZM
No comments:
Post a Comment