ବଲିଉଡ ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଜାମିନ୍ ବିହୀନ ଓ୍ୱାରେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 7, 2020

ବଲିଉଡ ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଜାମିନ୍ ବିହୀନ ଓ୍ୱାରେଣ୍ଟ

ରାମପୁର: ଭେଟେରାନ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ୨୦୧୯ର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଜାମିନ ବିହୀନ ଓ୍ୱାରେଣ୍ଟ ଜାରି ହୋଇଛି। ମାମଲାର ଶୁଣାଣି ସମୟରେ ଜୟାପ୍ରଦା ଅନୁପସ୍ଥିତ ଥିବାରୁ ରାମପୁର କୋର୍ଟ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି। ଏନେଇ ଆଗାମୀ ଶୁଣାଣି ଏପ୍ରିଲ ୨୦ରେ ହେବ।

ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ରାମପୁର ଲୋକସଭା ଆସନରୁ ଜୟାପ୍ରଦା ବିଜେପିର ପ୍ରାର୍ଥୀ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ୍ ଖାନ ତାଙ୍କୁ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ସେହି ସମୟରେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୟାପ୍ରଦାଙ୍କ ବିରୁଦ୍ଧରେ ମାମଲା ଦାୟର ହୋଇଥିଲା।

ପ୍ରକାଶଥାଉ କି, ୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଜମ୍ ଖାନ ଏବଂ ଜୟାପ୍ରଦା ପରସ୍ପର ମଧ୍ୟରେ ଦେଉଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ନିର୍ବାଚନୀ ପ୍ରଚାର ସମୟରେ ଆଜମ୍ ଖାନ୍ ଅନେକଥର ଜୟାପ୍ରଦାଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦକୁ ଆସିଥିଲେ। ଏନେଇ ନିର୍ବାଚନ ଆୟୋଗ ଆଜମ୍ ଖାନଙ୍କ ନିର୍ବାଚନୀ ପ୍ରଚାର ଉପରେ ୭୨ ଘଣ୍ଟା ଯାଏ ରୋକ୍ ଲଗାଇଥିଲେ।



from Odisha Reporter https://ift.tt/2TIIimI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages