କାଜୋଲ୍‌ଙ୍କ କୁଲ୍ ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

କାଜୋଲ୍‌ଙ୍କ କୁଲ୍ ଜବାବ

ମୁମ୍ୱାଇ: ବଲିଉଡ୍‌ରେ ଷ୍ଟାର୍‌ କିଡ୍‌ମାନେ ସର୍ବଦା ଚର୍ଚ୍ଚାରେ ରହନ୍ତି। ଅନ୍ୟ ଷ୍ଟାର୍‌ କିଡ୍‌ଙ୍କ ଭଳି ଅଜୟ ଦେବଗନ୍‌ ଓ କାଜୋଲ୍‌ଙ୍କ ଝିଅ ନ୍ୟାସା ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ ମଧ୍ୟ ଭିନ୍ନ ଭିନ୍ନ ସମୟରେ ସେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି। କେତେବେଳେ ନିଜ ଫ୍ୟାଶନ୍‌ ସେନ୍ସ ପାଇଁ ସୋଶାଲ୍‌ ମିଡିଆରେ ଟକ୍‌ ଅଫ୍‌ ଦ ଟାଉନ୍‌ ହୋଇଯା’ନ୍ତି ତ କେତେବେଳେ ଟ୍ରୋଲ୍‌ ହୋଇଥା’ନ୍ତି। ତେବେ ନ୍ୟାସା ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେବା ଘଟଣାକୁ ନେଇ ନିକଟରେ କାଜୋଲ୍‌ ନିଜ ପ୍ରତିକ୍ରିୟା ରଖିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, “ଏହା ଅତ୍ୟନ୍ତ ଭୟାବହ। ଜଣେ ଅଭିଭାବକ ହିସାବରେ ଯଦି ଆପଣଙ୍କ ପିଲାଙ୍କର ଟିକେ ବି ଅସୁବିଧା ହୁଏ, ତା’ହେଲେ ଆପଣ ଚିନ୍ତାରେ ପଡ଼ିଯାଆନ୍ତି। କାରଣ ଆପଣ ପିଲାମାନଙ୍କୁ ସବୁ ପ୍ରକାର ଅସୁବିଧାରୁ ଦୂରେଇ ରଖିବାକୁ ଚାହାଁନ୍ତି। ତେଣୁ ସେମାନଙ୍କୁ ଯେବେ ବି ଟ୍ରୋଲ୍‌ କରାଯାଏ, ମାତାପିତା ହୋଇଥିବା ଯୋଗୁ ଆପଣଙ୍କୁ ଏହା ବହୁତ ଆଘାତ ଦେଇଥାଏ। ଭଗବାନଙ୍କୁ ଧନ୍ୟବାଦ, ଯେତେବେଳେ ସେ (ନ୍ୟାସା) ଟ୍ରୋଲ୍ ହୋଇଥିଲେ ସେତେବେଳେ ଏଠାରେ ନଥିଲେ। ସେହି ସମୟରେ ସେ ସିଙ୍ଗାପୁରରେ ଥିଲେ। ଏଠି କ’ଣ ଘଟୁଛି ସେ କିଛି ବି ଜାଣି ନଥିଲେ। କିନ୍ତୁ ସୋଶାଲ୍ ମିଡିଆ ତ ସବୁଠି ରହିଛି। ଅନ୍ତର୍ଜାତୀୟ ସ୍ତରରେ ବି ଏହାର ପ୍ରତ୍ୟେକ ଜିନିଷ ଭାଇରାଲ୍‌ ହୋଇଥାଏ।”

କାଜୋଲ ଆହୁରି କହିଛନ୍ତି, “ଏହା ନିହାତି ଜରୁରୀ ଯେ ଆପଣ ନିଜ ପିଲାଙ୍କୁ ଶିକ୍ଷିତ କରାନ୍ତୁ ଓ ତାଙ୍କୁ ଜଣାନ୍ତୁ ଯେ ସୋଶାଲ୍‌ ମିଡିଆ ଟ୍ରୋଲିଂ ସମାଜର ଏକ ବହୁତ ଛୋଟିଆ ଅଂଶ, ଯାହାକୁ ଅଣଦେଖା କରିବା ଉଚିତ୍। ତାଙ୍କୁ ଏହା ବୁଝାଇବା ଅବଶ୍ୟକ ଯେ ନିଜ ନଜରରେ ସେ ନିଜେ କେମିତି, ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅନ୍ୟମାନେ ତାଙ୍କୁ କ’ଣ ଭାବୁଛନ୍ତି ଓ କହୁଛନ୍ତି ସେଥିପ୍ରତି ଆଦୌ ଗୁରୁତ୍ୱ ଦେବା କଥା ନୁହେଁ। ହେଲେ ଖୁସିର କଥା ଯେ ମୋତେ ନ୍ୟାସାଙ୍କୁ କିଛି ଶିଖାଇବାକୁ ପଡ଼ିଲା ନାହିଁ। ସେ ବହୁତ ବୁଝାସୁଝା ଝିଅ। ମୁଁ ଆଶା କରେ ଯେ ମୁଁ ତାଙ୍କୁ ଉଦାହରଣ ସ୍ୱରୂପ ବୁଝାଇପାରିବି ଯେ ଆତ୍ମସମ୍ମାନ ନିଜଠୁ ହିଁ ସୃଷ୍ଟି ହୁଏ।’



from Odisha Reporter https://ift.tt/2TDyKun

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages