ମୋଦିଙ୍କ ବାସଭବନରେ ସିନ୍ଧିଆ, ସାଙ୍ଗରେ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

ମୋଦିଙ୍କ ବାସଭବନରେ ସିନ୍ଧିଆ, ସାଙ୍ଗରେ ଶାହ

ନୂଆଦିଲ୍ଲୀ: ହୋଲି ପୂର୍ବରୁ ରଙ୍ଗ ବଦଳାଇଥିବା ମଧ୍ୟପ୍ରଦେଶ ରାଜନୀତିରେ ଏବେ ନୂଆ ମୋଡ଼ ଆସିଛି। ରାଜ୍ୟରେ ଶିବରାଜ ସିଂହ ଚୌହାନଙ୍କୁ ଚକ୍‌ମା ଦେଇ କଂଗ୍ରେସକୁ କ୍ଷମତାସୀନ କରାଇଥିବା ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି। ତାଙ୍କ ସହ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶାହ ମଧ୍ୟ ଅଛନ୍ତି। ତେଣୁ ସିନ୍ଧିଆ ଏବେ ଗେରୁଆ ରଙ୍ଗରେ ରଙ୍ଗେଇ ହେବାର ସମ୍ଭାବନା ସ୍ପଷ୍ଟ ହେବାରେ ଲାଗିଛି।

ବିଜେପି ପକ୍ଷରୁ ପୂର୍ବରୁ କୁହାଯାଇଥିଲା, କମଲ ନାଥଙ୍କ ସରକାର ଭାଙ୍ଗିବା ନିଶ୍ଚିତ। ଏହି ସରକାର ଭାଙ୍ଗିଲେ ବିଜେପି ସରକାର ଗଠନ ଦାବି କରିବ।
ଜଣେ ସିନ୍ଧିଆଙ୍କ ସମର୍ଥକ କଂଗ୍ରେସ ନେତା କହିଥିଲେ, ତାଙ୍କୁ କୋଣ ଠେସା କରିବାକୁ ଚାହୁଁଥିବା ଲୋକଙ୍କ ସହ ସିନ୍ଧିଆ ଲଢ଼ୁଛନ୍ତି। ଦଳର ବରିଷ୍ଠ ନେତାଙ୍କ ଦ୍ୱାରା ସେ ଅବହେଳାର ଶିକାର ହୋଛନ୍ତି। ତେଣୁ ବେଙ୍ଗାଲୁରୁରେ ୧୬ ନୁହେଁ, ୨୦ ଜଣ ବିଧାୟକ ସିନ୍ଧିଆଙ୍କ ସମର୍ଥନରେ ଏକାଠି ହୋଇଛନ୍ତି। ଏ

ବେ ବିଜେପି ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛି। କୁହାଯାଉଛି ବିଜେପିରେ ସାମିଲ ହେଲେ ସିନ୍ଧିଆଙ୍କୁ ରାଜ୍ୟସଭାକୁ ପଠାଯିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିବ। ଯଦି ଏଥିରେ ସେ ସହମତି ପ୍ରକାଶ କରନ୍ତି, ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିବ।

ସେପଟେ ସିନ୍ଧିଆଙ୍କୁ ବୁଝାଇବାର ସମସ୍ତ ପ୍ରୟାସ ଆରମ୍ଭ ହୋଇସାରିଛି। ମଧ୍ୟପ୍ରଦେଶ ସରକାର ଏବଂ ସେଠାକାର କଂଗ୍ରେସ ସଂଗଠନକୁ ବଞ୍ଚାଇବାର ଏହା ଏକମାତ୍ର ଉପାୟ ହୋଇଥିବାରୁ ଦଳ ସମସ୍ତ ଦମ୍‌ ଲଗାଇଦେଇଛି। ଅନ୍ୟପକ୍ଷରେ ସିନ୍ଧିଆଙ୍କ ସାଥୀ ସଚିନ୍‌ ପାଇଲଟ୍‌ ମଧ୍ୟ ସମସ୍ୟାର ସମାଧାନ ନେଇ ଆଶାବାଦୀ ଅଛନ୍ତି। ସେ କହିଛନ୍ତି, ଆଶା କରୁଛି ଏହାର ସମାଧାନ ହେବ ଏବଂ ମଧ୍ୟପ୍ରଦେଶ ରାଜନୀତିକ ସଙ୍କଟର ଅନ୍ତ ଘଟିବ।



from Odisha Reporter https://ift.tt/2IAhYpC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages