ଆମେରିକାର ଦାବି, ବାହାରିଲା କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

ଆମେରିକାର ଦାବି, ବାହାରିଲା କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌

ୱାଶିଂଟନ: କରୋନା ଭାଇରସ୍‌ର ଚିକିତ୍ସା ପାଇଁ ଭ୍ୟାକ୍‌ସିନ୍ ବାହାର କରିଥିବା ନେଇ ଦାବି କରିଛି ଆମେରିକା। ଖୋଦ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ସେ କହିଛନ୍ତି, ଏହି ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସରିଛି। ଏତେ ଶୀଘ୍ର କୌଣସି ରୋଗର ଭ୍ୟାକସିନ ବାହାରିବା ଇତିହାସରେ ପ୍ରଥମ ଘଟଣା। ଏହାଛଡ଼ା କୋଭିଡ-୧୯ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟି ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ବିକଶିତ କରାଯାଉଛି। ବହୁ ଶୀଘ୍ର ଏହି ରୋଗର ଔଷଧ ମିଳିଯିବ ବୋଲି ଟ୍ରମ୍ପ କହିଛନ୍ତି।

ଏହି ଭ୍ୟାକସିନ୍‌ର ନାଁ ‘mRNA-1273’ ରଖାଯାଇଛି। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌  (NIH) ର ବୈଜ୍ଞାନିକମାନେ ଏହାକୁ ବିକଶିତ କରିଥିବା କୁହାଯାଇଛି। କିନ୍ତୁ ସର୍ବ ସାଧାରଣଙ୍କ ବ୍ୟବହାର ନିମନ୍ତେ ଏହି ଭ୍ୟାକସିନ୍‌ ଉପଲବ୍ଧ ହେବାକୁ ଆହୁରି ବର୍ଷେରୁ ୧୮ ମାସ ଲାଗିଯିବ ବୋଲି ସୂଚନା ମିଳିଛି।

ଗତକାଲି ଜଣେ ବ୍ୟକ୍ତିଙ୍କଠାରେ ଏହି ଭ୍ୟାକସିନ୍‌ର ପରୀକ୍ଷଣ କରାଯାଇଥିବା ବେଳେ ୧୮ରୁ ୫୫ ବର୍ଷ ବୟସ୍କ ଆହୁରି ୪୫ ଜଣଙ୍କ ଉପରେ ଏହାର ପରୀକ୍ଷଣ କରାଯିବ ବୋଲି NIH  ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2QnPEuR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages