କରୋନା ସତର୍କତା; ବ୍ୟବସାୟୀଙ୍କ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

କରୋନା ସତର୍କତା; ବ୍ୟବସାୟୀଙ୍କ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି କରୋନା ଭାଇରସ୍। ଗତକାଲି ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ଏହି କ୍ରମରେ ଭୁବନେଶ୍ୱରର ବ୍ୟବସାୟୀଙ୍କ ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ଏଥିରେ ଏକ ନିର୍ଦ୍ଦିଷ୍ଟ ସମୟରେ ଦୋକାନ ଭିତରକୁ କମ୍‌ ସଂଖ୍ୟକ ଗ୍ରାହକଙ୍କୁ ଛାଡ଼ିବାକୁ କୁହାଯାଇଛି। ଦୋକାନରେ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ୬ ଫୁଟ୍ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।

ସେହିଭଳି ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ମାକ୍ସ, ହ୍ୟାଣ୍ଡ ଓ୍ୱାସ ଓ ସାନିଟାଇଜର ଯୋଗାଇବାକୁ ଦୋକାନ ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀ ଅସୁସ୍ଥ ଥିଲେ ସେମାନଙ୍କୁ ଛୁଟି ଦେବାକୁ ମଧ୍ୟ ପୁଲିସ୍‌ ପରାମର୍ଶ ଦେଇଛି। ଏହା ସହିତ ବ୍ୟବସାୟ ପ୍ରତିଷ୍ଠାନ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।

ଏସବୁ ନେଇ ଗତକାଲି ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଲୋକ ଓ ବ୍ୟବସାୟୀଙ୍କୁ ମାଇକ୍‌ ଦ୍ୱାରା ସଚେତନ କରିଥିଲା କମିଶନରେଟ ପୁଲିସ୍‌।

କଟକ-ଭୁବନେଶ୍ୱରରେ ସମସ୍ତ ସପିଂ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗ୍ରୋସରୀ, ପନିପରିବା, ଫଳ, ଦୁଗ୍ଧ ଓ ଔଷଧ ଦୋକାନରେ ବନ୍ଦ ନ ରଖିବା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/3b3OtZg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages