କରୋନା ମୁକାବିଲାକୁ ନେଇ କଂଗ୍ରେସରେ ଦ୍ୱିମତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

କରୋନା ମୁକାବିଲାକୁ ନେଇ କଂଗ୍ରେସରେ ଦ୍ୱିମତ

ନୂଆଦିଲ୍ଲୀ: କିଲର କରୋନା ଭାଇରସର ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମୋଦୀ ସରକାର କରୋନା ମୁକାବିଲା କରିବାରେ ବିଫଳ ବୋଲି ସେ କହିଥିଲେ। ତେବେ ରାହୁଲଙ୍କ ଏହି ମନ୍ତବ୍ୟରୁ ଅଲଗା ହୋଇ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ସାଂସଦ ଆନନ୍ଦ ଶର୍ମା କରୋନାକୁ ନେଇ ମତ ରଖିଛନ୍ତି।

ମୋଦୀ ସରକାର କରୋନା ମୁକାବିଲାକୁ ନେଇ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ କ୍ରମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ସେଥିରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି।

ଦେଶରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଦୁଇ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଏହାବାଦ ଇରାନରେ ଫସିଥିବା ୨୩୪ ଭାରତୀୟଙ୍କୁ ମଧ୍ୟ କେନ୍ଦ୍ର ସରକାର ବିମାନଯୋଗେ ସ୍ୱଦେଶ ଆଣୁଛନ୍ତି।



from Odisha Reporter https://ift.tt/38QvdNu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages