ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର କଇଠିରା ଗାଁରେ ବାଣ ଫୁଟି ୯ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆସିକା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତରମାନେ ହେଲେ ରାଜା ଗୌଡ଼ (୧୨), ଓମ୍ ଗୌଡ଼ (୮), ସୁମର ରେଡ୍ଡୀ (୭), ଚନ୍ଦନ ବିଷୋୟୀ (୮), ଅରୁଣ ବିଷୋୟୀ (୧୯), ବାବୁ ବିଷୋୟୀ (୨୦) ଓ ବିଜୟ ଗୌଡ଼ (୪୦)। ଆଉ ଦୁଇ ଜଣଙ୍କ ପରିଚୟ ଜଣାପଡ଼ି ନାହିଁ।
କଇଠିରା ଗାଁରେ ୭ ଦିନ ଧରି ଦୋଳ ପୂର୍ଣ୍ଣିମା ପାଳନ କରାଯାଉଛି। ତେବେ ଗତକାଲି ଗାଁରେ ମହାଭାରତ ନାଟକ ଚାଲିଥିବା ବେଳେ ଏକ ଯୁଦ୍ଧ ଦୃଶ୍ୟ ବେଳେ ବାଣ ଫୁଟା ଯାଇଥିଲା। ତେବେ ଅସାବଧାନତାବଶତଃ ଷ୍ଟେଜ୍ ତଳେ ଥିବା ଗଚ୍ଛିତ ବାଣରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଫଳରେ ଷ୍ଟେଜ୍ ନିକଟରେ ବସିଥିବା ଛୋଟ ଛୁଆମାନେ ଗୁରୁତର ହୋଇଛନ୍ତି। ଏଥିସହ ନାଟକ ପରିବେଷଣ କରୁଥିବା ଯାତ୍ରା ଦଳର କଳାକାର ଅରୁଣ ବିଷୋୟୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
from Odisha Reporter https://ift.tt/2QwJt83
No comments:
Post a Comment