କରୋନା ପାଇଁ ସେନସେକ୍ସ ଡାଉନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 5, 2020

କରୋନା ପାଇଁ ସେନସେକ୍ସ ଡାଉନ୍

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢ଼ୁଛି। ଏହାରି ଭିତରେ ଷ୍ଟକ ମାର୍କେଟରେ ବ୍ୟବସାୟ ମାନ୍ଦା ପଡ଼ିଛି। ଆଜି ସେନସେକ୍ସ ୧,୪୫୦ ପଏଣ୍ଟ ହ୍ରାସ ପାଇ ୩୭,୦୮୪.୫୭ ପଏଣ୍ଟରେ ଖୋଲିଛି। ସେହିପରି ନିଫ୍ଟି ୪୨୯.୬୫ ପଏଣ୍ଟ ହ୍ରାସ ପାଇ ୧୦୮୩୯.୬୫ ପଏଣ୍ଟରେ ଖୋଲିଛି।

ସାରା ବିଶ୍ୱରେ ବ୍ୟବସାୟିକ ସ୍ଥିତି କରୋନା ପାଇଁ ହ୍ରାସ ପାଇଛି। ସେନସେକ୍ସ ଏବଂ ନିଫ୍ଟିର ପଏଣ୍ଟ ଅଧିକ ପରିମାଣରେ ହ୍ରାସ ପାଇ ଆରମ୍ଭ ହୋଇଛି। ବିଏସଇ ମିଡକ୍ୟାପ୍ ଇଣ୍ଡେକ୍ସ ୧.୮୯ ପ୍ରତିଶତ ହୋଇଥିବା ବେଳେ ଛୋଟ କ୍ୟାପ୍ ଇଣ୍ଡେକ୍ସ ୧.୦୭ ପ୍ରତିଶତ ହ୍ରାସ ହୋଇଛି। ଆଜି ତୈଳ ଏବଂ ଗ୍ୟାସ ଷ୍ଟକର ଦୁର୍ବଳତା ମଧ୍ୟ ଦେଖାଯାଇଛି। ବିଏସଇର ତୈଳ ଏବଂ ଗ୍ୟାସ ସୂଚକାଙ୍କ ୩.୨ ପ୍ରତିଶତ ଦୁର୍ବଳ ହୋଇଛି। ଖାଲି ଭାରତ ନୁହେଁ କରୋନା ପାଇଁ ଆମେରିକାର ଷ୍ଟକ ମାର୍କେଟରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି।



from Odisha Reporter https://ift.tt/38rfdkZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages