ମଧ୍ୟପ୍ରଦେଶରେ କଂଗ୍ରେସ-ବିଜେପି ଆର୍ ପାର୍ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 5, 2020

ମଧ୍ୟପ୍ରଦେଶରେ କଂଗ୍ରେସ-ବିଜେପି ଆର୍ ପାର୍ ଲଢ଼େଇ

ଭୋପାଳ: ୨୬ ତାରିଖରେ ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଶାସକ କଂଗ୍ରେସ ଏବଂ ବିରୋଧୀ ବିଜେପିର ବିଧାୟକ ଦଳ ବଦଳ କରିପାରନ୍ତି। ଯାହାକୁ ନେଇ ଗୁରୁବାର ରାତିରେ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ରହିଛି। ସାରା ରାତି ଦୁଇ ଦଳର ରାଜ୍ୟ ମୁଖିଆ ଅନିଦ୍ରା ରହି ରାଜନୀତିକ ଗୋଟି ଚଳାଉଥିବା ଦେଖିବାକୁ ମିଳିଛି।

ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ‘ନିଖୋଜ’ ବିଧାୟକ ହାର୍ଦ୍ଦିକ ସିଂ ଡୁଙ୍ଗୁ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ପରେ ଜଣେ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବାସଭବନରେ ପହଞ୍ଚିଥିଲେ। ବିଜେପି ବିଦ୍ରୋହୀ ବିଧାୟକ ନାରାୟଣ ତ୍ରିପାଠୀ କମଲନାଥଙ୍କୁ ଭେଟିବାପରେ ବାଚସ୍ପତି ତ୍ରିପାଠୀ ବର୍ଚ୍ଛା କରଙ୍କୁ ମଧ୍ୟ ସେ ଭେଟିଥିଲେ। ଏହି ସମୟରେ ଚର୍ଚ୍ଚା ହେଉଥିଲା ଯେ ବିଜେପି ବିଧାୟକ ତ୍ରିପାଠୀ ଇସ୍ତଫା ଦେଇଛନ୍ତି। କିନ୍ତୁ ସେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ କମଲନାଥଙ୍କୁ ଭେଟିବାକୁ ଆସିଥିଲେ ବୋଲି କହିଥିଲେ।

ଏହାପରେ ରାତି ପ୍ରାୟ ଗୋଟାଏ ସମୟରେ ବିଜେପି ବିଧାୟକ ସଞ୍ଜୟ ପାଠକ କମଲନାଥଙ୍କ ବାସଭବନରେ ଥିବା ଦେଖିବାକୁ ମିଳିଥିଲା। ସେହିପରି କମଲନାଥ ସରକାରଙ୍କ ମନ୍ତ୍ରୀ ଗୋବିନ୍ଦ ସିଂ କହିଥିଲେ, ଦୁଇ ଜଣ ବିଧାୟକ ରାତିରେ କଂଗ୍ରେସରେ ଯୋଗଦେବେ। ଏହା ପରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଦ୍ୱିତୀୟ ବିଜେପି ବିଧାୟକ ଭାବରେ ଶରଦ କୋଲ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାତିରେ ଏହି ରାଜନୀତିକ ନାଟକ ପରେ ବିଜେପି ନେତା ଶିବରାଜ ସିଂ ଚୌହାନ ଏବଂ ନରେନ୍ଦ୍ର ସିଂ ତୋମାର ନୂଆଦିଲ୍ଲୀରେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିବା ଜଣାପଡ଼ିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ କଂଗ୍ରେସର ଦୁଇ ‘ନିଖୋଜ’ ବିଧାୟକ ବିସାହୁଲାଲ ସିଂ ଏବଂ ରଘୁରଜ ସିଂ କାନସାନା ଏବଂ ସ୍ୱାଧୀନ ବିଧାୟକ ସୁରେନ୍ଦ୍ର ସିଂ ଶେରା ଚୁପ୍ ରହିଥିଲେ। ତେବେ ବିଧାୟକ ଡଙ୍ଗଙ୍କ ସହିତ ସମସ୍ତ ତିନିଜଣ ବିଧାୟକ ବାଙ୍ଗାଲୋରରେ ଥିବା ଜଣାପଡ଼ିଛି।

ଅନ୍ୟପଟେ ଦଳର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ କମଲ ନାଥ ସରକାର ମନ୍ତ୍ରିମଣ୍ଡଳ ବିସ୍ତାର କରିପାରନ୍ତି। ମୁଖ୍ୟମନ୍ତ୍ରୀ କମଲନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲ ରାଜନୀତିକ ସ୍ଥିତି ବାବଦରେ ନଜର ରଖିଛନ୍ତି। ଦଳର ଅସନ୍ତୋଷ ବିଧାୟକଙ୍କୁ ବୁଝାଇବା ସହିତ ବିଜେପିର ବିଦ୍ରୋହୀ ବିଧାୟକଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି।

ମଧ୍ୟପ୍ରଦେଶରେ କ’ଣ ରହିଛି ସମୀକରଣ?

ମଧ୍ୟପ୍ରଦେଶରେ ୨୨୦ ବିଧାୟକ ରହିଛନ୍ତି। ସଂଖ୍ୟାଗରିଷ୍ଠତା ହେଉଛି ୧୧୦। ଯଦି କଂଗ୍ରେସ ଦଳର ୮ ଜଣ ବିଧାୟକ ଇସ୍ତଫା ଦିଅନ୍ତି, ତେବେ ସେମାନଙ୍କ ସଂଖ୍ୟା ୧୦୬ କୁ ହ୍ରାସ ପାଇବ। ବର୍ତ୍ତମାନ ବିଜେପିରେ ୧୦୭ ଜଣ ବିଧାୟକ ଅଛନ୍ତି, ହେଲେ ନାରାୟଣ ତ୍ରିପାଠୀ ଏବଂ ଶରଦ କୋଲ୍ ଯଦି କଂଗ୍ରେସରେ ଯୋଗ ଦିଅନ୍ତି, ତେବେ ବିଜେପିର ମାତ୍ର ୧୦୫ ଜଣ ବିଧାୟକ ରହିବେ। ଏଭଳି ସ୍ଥିତିରେ କଂଗ୍ରେସର ୧୦୬ ଜଣ ବିଧାୟକ ଏବଂ ବିଜେପିର ୧୦୫ ଜଣ ବିଧାୟକ ରହିବେ।



from Odisha Reporter https://ift.tt/32V3j1v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages