ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ ଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଟ୍ୱିନ୍ ସିଟି ସମେତ ବିଭିନ୍ନ ଜିଲ୍ଲାର ଛକମାନଙ୍କରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୁବନେଶ୍ୱରସ୍ଥିତ ଡମଣା, ଜୟଦେବ ବିହାର, ନାଲକୋ ଛକ ଓ ନୟାପଲ୍ଲୀ ଆଇଡି ମାର୍କେଟ ଓ ଆଚାର୍ଯ୍ୟ ବିହାର ଭଳି ଛକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
କିଛି ଲୋକ ବିନା କିଛି କାମରେ ବାହାରକୁ ଆସିଥିବାରୁ ପୁଲିସ୍ ସେମାନଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଦେଉଥିବା ଦେଖିବାକୁ ମିଳିଛି। ତେବେ ବହୁତ ଲୋକେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ପାଇଁ ବାହାରୁଥିବା କହିଛନ୍ତି।
ସେହିଭଳି କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ବଜାରମାନଙ୍କରେ ଲୋକମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଲକ୍ ଡାଉନକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି। ଏହାସହ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/2UbMMn9
No comments:
Post a Comment