କରୋନାରୁ ସୁସ୍ଥ ହେବା ପରେ ୬୮ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

କରୋନାରୁ ସୁସ୍ଥ ହେବା ପରେ ୬୮ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ମୁମ୍ୱାଇ: ରବିବାର ବିଳମ୍ୱିତ ରାତିରେ ଜଣେ ୬୮ ବର୍ଷୀୟ ଫିଲିପ୍ପାଇନ୍ସ ନାଗରିକଙ୍କ ମୃତ୍ୟୁ ଘଟିଛି। ଭାରତରେ ଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ସୁସ୍ଥ ହୋଇଥିଲେ କିନ୍ତୁ ବିଳମ୍ୱିତ ରାତିରେ ମୁମ୍ୱାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ୍ୟୁର କାରଣ କରୋନା ଭାଇରସ କି ଆଉ କ’ଣ ରୋଗ ସ୍ପଷ୍ଟ ହୋଇନି। ହେଲେ ଏହାକୁ କରୋନା ମୃତକଙ୍କ ତାଲିକାରେ ସାମିଲ୍ କରିଛନ୍ତି ଜାତୀୟ ଗଣମାଧ୍ୟମ। ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ମୃତ ୮ ଜଣଙ୍କ ମଧ୍ୟରୁ ତିନି ଜଣ ମହାରାଷ୍ଟ୍ରର।

ମୃତ ଫିଲିପାଇନ୍ସ ନାଗରିକ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇ କସ୍ତୁରବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ଏହି ସ୍ଥାନାନ୍ତର ବେଳେ ସଂପୃକ୍ତ ରୋଗୀଙ୍କର କରୋନା ଟେଷ୍ଟ ହୋଇଥିଲା। ରିପୋର୍ଟ ନେଗେଟିଭ୍ ରହିଥିଲା।

ମୃତକ ଜଣଙ୍କ ମଧୁମେହ, ଆସଥମା ଭଳି ରୋଗରେ ଆକ୍ରାନ୍ତ ଥିଲେ। କସ୍ତୁରବା ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ବେଳେ ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ମାର୍ଚ୍ଚ ୧୩ ତାରିଖର ଥିଲା।

ରବିବାର ଆହୁରି ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଗୁଜରାଟ, ବିହାର ଏବଂ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଏହା ପୂର୍ବରୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀ ଏବଂ ପଞ୍ଜାବରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଛି ବୋଲି ଭାରତୀୟ ପରିଷଦ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି। ସେଥିମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୋମବାର ସକାଳ ୧୦ଟା ସୁଦ୍ଧା ଆଇସିଏମଆର ୧୮,୩୮୩ଟି କରୋନା ଟେଷ୍ଟ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ ତିନି ଜଣ ବିଦେଶୀଙ୍କ ସମେତ ୬୭ ଜଣ ଏବଂ କେରଳରେ ୬୭ ଜଣଙ୍କ ମଧ୍ୟରୁ ୭ ଜଣ ବିଦେଶୀ ନାଗରିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିଲ୍ଲୀରେ ଜଣେ ବିଦେଶୀଙ୍କ ସହିତ ୨୯ ଜଣ, ଜଣେ ବିଦେଶୀ ନାଗରିକଙ୍କ ସହିତ ଉତ୍ତର ପ୍ରଦେଶରେ ୨୮, ରାଜସ୍ଥାନରେ ୨ ବିଦେଶୀ ନାଗରିକଙ୍କ ସହିତ ୨୭ ଜଣ, ତେଲେଙ୍ଗାନାରେ ୧୧ ଜଣ ବିଦେଶୀ ନାଗରିକଙ୍କ ସହିତ ମୋଟ୍ ୨୬ଜଣ ଏବଂ କର୍ଣ୍ଣାଟକରେ ମୋଟ୍ ୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ଦୁଇ ଅଙ୍କ ସଂଖ୍ୟା ଛୁଇଁନଥିବା କରୋନା ଆକ୍ରାନ୍ତ ରାଜ୍ୟ ହେଲେ ହରିଆଣା, ପଞ୍ଜାବ, ଓଡ଼ିଶା, ଗୁଜରାଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ରହିଛି। ଓଡ଼ିଶାରେ ୨ ଜଣ ଆକ୍ରାନ୍ତ ହୋଇଛନ୍ତି।



from Odisha Reporter https://ift.tt/2xWPVOV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages