ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣରେ ବହୁସଂଖ୍ୟକ ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି। ଗତକାଲି ଭୋର ୩ଟା ୧୦ ମିନିଟ୍ରେ ପୋଡ଼ମପେଟାରୁ ବଟେଶ୍ୱର ଯାଏ ପ୍ରାୟ ୫ କିମି ସମୁଦ୍ର ବେଳାଭୂମିରେ ୨୦୪୬ଟି କଇଁଛ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ସୂଚନା ଦେଇଛି।
କଇଁଛଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ଡିଭିଜନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ବ୍ୟାରିକେଡ୍ ମଧ୍ୟ କରାଯାଇଛି। ତେବେ ପ୍ରତିକୂଳ ପାଗ ସତ୍ତ୍ୱେ ଏତେ ପରିମାଣରେ କଇଁଛ ଅଣ୍ଡାଦାନ କରିବା ଆଶ୍ଚର୍ଯ୍ୟ କରିଛି। ଗଞ୍ଜାମ ଜିଲ୍ଲାରେ ୩ ଦିନ ଧରି ପ୍ରବଳ ବର୍ଷା ହେଉଥିବା ହେତୁ ଗତବର୍ଷ ଭଳି ଏବର୍ଷ ବି ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡାଦାନ କରିବେ ନାହିଁ ବୋଲି ଆଶଙ୍କା ଦେଖା ଦେଇଥିଲା। ହେଲେ ୨୦୪୬ଟି କଇଁଛ ଗଣ ଅଣ୍ଡାଦାନ କରିବା ପରେ ବନବିଭାଗ ଆଶ୍ୱସ୍ତି ଲାଭ କରିଛି। ଆଗକୁ ପାଗ ଅନୁକୂଳ ରହିଲେ ଲକ୍ଷ ଲକ୍ଷ ଅଲିଭ୍ ରିଡଲେ କଇଁଛ ବେଳାଭୂମିରେ ଅଣ୍ଡାଦାନ କରିବେ ବୋଲି ଆଶା କରାଯାଉଛି।
from Odisha Reporter https://ift.tt/2xfSvzr
No comments:
Post a Comment