ପାଟନା/ମୁମ୍ୱାଇ: ଆଜି କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମହାରାଷ୍ଟ୍ରର ଅନ୍ୟ ଜଣେ ବିହାରର। ମଧ୍ୟାହ୍ନ ସୁଦ୍ଧା ଏହି ଦୁଇ ମୃତକଙ୍କୁ ମିଶାଇ କରୋନାରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବିହାରରେ ଜଣେ ୩୮ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ସେ କରୋନାରେ ଆକ୍ରାନ୍ତ ଥିଲେ। କାତାରରୁ ଫେରିବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାପରେ ପାଟନା ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ କିଡନୀ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ସୂଚନା କହିଛି। କରୋନାରେ ବିହାରରେ ଏହା ପ୍ରଥମ ମୃତ୍ୟୁ ବୋଲି ବିହାର ସ୍ୱାସ୍ଥ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତି।
ଏଯାବତ ଦେଶରେ ଯେଉଁ ଅନ୍ୟ ୫ ଜଣଙ୍କର ମୃତ୍ୟୁ ଘଟିଛି ସେମାନଙ୍କର ବୟସ ୬୦ରୁ ଅଧିକ ଥିଲା। ହେଲେ ବିହାରରେ ମୃତ୍ୟ ବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ ୩୮ ବୋଲି ଜଣାପଡ଼ିଛି।
ସେହିପରି ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ରରେ ଆଜି ସକାଳେ ଜଣଙ୍କର ଏହି କିଲର ଭାଇରସରେ ମୃତ୍ୟୁ ଘଟିଛି। ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୩ ବୋଲି ଜଣାପଡ଼ିଛି। ଏହି ମୃତକ ମଧ୍ୟ ମଧୁମେହ, ଉତ୍ତ ରକ୍ତଚାପ ଏବଂ ହୃଦରୋଗରେ ଆକ୍ରାନ୍ତ ଥିଲେ। ଏହା ପୂର୍ବରୁ ମଧ୍ୟ ଜଣେ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରରେ ଏଯାବତ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ତିନି କରୋନା ମୃତକ ହେଲେ ଦିଲ୍ଲୀ, ପଞ୍ଜାବ ଏବଂ କର୍ଣ୍ଣାଟକର।
ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ ଛୁଇଁଛି। ଏଥିମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବାକି ୨୯୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।
from Odisha Reporter https://ift.tt/2Umxzyw
No comments:
Post a Comment