ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ହୋଲି ଖେଳିବା ସମୟରେ ଯେତିକି ମଜା ଲାଗିଥାଏ ସେତିକି କଷ୍ଟ ରଙ୍ଗ ଛଡ଼ାଇବାରେ ହୋଇଥାଏ। ହୋଲିରେ ସବୁଠୁ ଅଧିକ କ୍ଷତି କେଶ ଓ ତ୍ୱଚାକୁ ପହଞ୍ଚିଥାଏ। କାରଣ କେମିକାଲ୍ର ମିଶ୍ରଣ ଯୋଗୁ ତ୍ୱଚାରେ ରଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହେ ଓ ଅନେକଙ୍କ ଠାରେ ଏଥିଯୋଗୁ ଆଲର୍ଜି ବି ଦେଖାଯାଏ। ସେଥିପାଇଁ ଆସନ୍ତୁ ଜାଣିବା କିଛି ସହଜ ଉପାୟ, ଯେଉଁଗୁଡ଼ିକୁ ବ୍ୟବହାର କଲେ ରଙ୍ଗକୁ ସହଜରେ ମୁଣ୍ଡ ଓ ତ୍ୱଚାରୁ ସଫା କରିପାରିବେ।
୧. ହୋଲି ଖେଳିବା ପୂର୍ବରୁ କେଶରେ ଭଲ ଭାବେ ସୋରିଷ ତେଲ ଲଗାଇ ଦିଅନ୍ତୁ। ଏହା ଦ୍ୱାରା କେଶରୁ ସହଜରେ ରଙ୍ଗ ଛାଡ଼ିଯାଏ। ସୋରିଷ ତେଲ ନ୍ୟାଚୁରାଲ୍ କଣ୍ଡିସନର ଭଳି କାର୍ଯ୍ୟ କରିଥାଏ।
୨. ହୋଲି ଖେଳି ସାରି ଗାଧୋଇବା ପରେ ତ୍ୱଚାରେ କୌଣସି ମଶ୍ଚୁରାଇଜର୍ ନଲଗାଇ ନଡ଼ିଆ ତେଲ ଲଗାନ୍ତୁ। ଏପରି କଲେ ତ୍ୱଚାକୁ ପୋଷଣ ମିଳିବ ଏବଂ ନଡ଼ିଆ ତେଲ ଦ୍ୱାରା ଦେହରେ ଲାଗିଥିବା ବାକି ରଙ୍ଗ ମଧ୍ୟ ଛାଡ଼ିଯିବ। ନଡ଼ିଆ ତେଲରେ ଆଣ୍ଟି-ପଙ୍ଗଲ୍ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଥିବାରୁ ଆଲର୍ଜି ଓ ଇନ୍ଫେକସନ୍ ମଧ୍ୟ ହେବ ନାହିଁ।
୩. ହୋଲି ଖେଳିବା ସମୟରେ ନଖରେ ରଙ୍ଗ ରହିଯାଏ। ଏଣୁ ଖାଇବା ସମୟରେ ସେହି ରଙ୍ଗ ପେଟକୁ ଯାଇଥାଏ। ତେଣୁ ହୋଲି ଖେଳିବା ପୂର୍ବରୁ ନଖ କାଟି ଦିଅନ୍ତୁ।
୪. ଓଠ, ଆଖି ଓ ମୁହଁକୁ ରଙ୍ଗରୁ ରକ୍ଷା କରିବା ପାଇଁ ହୋଲି ଖେଳରେ ସାମିଲ ହେବା ପୂର୍ବରୁ ଭେସଲିନ୍ ଓ ପେଟ୍ରୋଲିୟମ୍ ଜେଲି ଲଗାନ୍ତୁ। ମନେ ରଖନ୍ତୁ ମୁହଁରେ କୌଣସି ପ୍ରକାର ତେଲ ବ୍ୟବହାର ନକରି ସନ୍ସ୍କ୍ରିନ୍ ଲୋଶନ୍ ବ୍ୟବହାର କରନ୍ତୁ।
from Odisha Reporter https://ift.tt/2W07TKr
No comments:
Post a Comment