ନୂଆଦିଲ୍ଲୀ: ଚୀନର ଉହାନରୁ ବ୍ୟାପିଥିବା କିଲର କରୋନା ଭାଇରସ ଏବେ ଭାରତରେ ବ୍ୟାପିବାରେ ଲାଗିଛି। ଏଯାବତ ଦେଶରେ ୪୦ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିବା ବେଳେ କେରଳର ଜଣେ ତିନି ବର୍ଷର ଛୁଆ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। COVID-19 ଟେଷ୍ଟରେ ଏହି ତିନି ବର୍ଷର ଛୋଟ ଛୁଆ ପାଖରେ କରୋନା ଭାଇରସ ଚିହ୍ନଟ ହୋଇଛି। ଏହାକୁ ମିଶାଇ କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ପରିବାର ସହ ଇଟାଲୀ ଯାଇଥିଲେ ଏହି ତିନି ବର୍ଷର ଛୋଟ ଛୁଆ। ଇଟାଲୀରୁ ଫେରିବା ପରେ ଛୋଟ ଛୁଆ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଛୋଟ ଛୁଆଟିକୁ ଏବେ କେରଳର ଏର୍ନାକୁଲମ ମେଡିକାଲ କଲେଜର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଭାରତରେ ପ୍ରଥମେ କରୋନା ଆକ୍ରାନ୍ତ କେରଳରେ ଚିହ୍ନଟ ହୋଇଥିଲେ। ଚୀନର ଉହାନରୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ର ଏହି ଭାଇରସର ପ୍ରଥମେ ଶିକାର ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ତିନି ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଭାରତରେ ଏଯାବତ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିନାହିଁ।
- କରୋନାରୁ ବର୍ତ୍ତିବା ପାଇଁ କୌଣସି ଭେକସିନ୍ ବା ଔଷଧ ନାହିଁ
- ସ୍ୱାସ୍ଥ୍ୟ ଖରାପ ହୋଇଥିବା ଲୋକଙ୍କ ସଂପର୍କରେ ଆସନ୍ତୁ ନାହିଁ
- ସବୁବେଳେ ହାଥକୁ ସାବୁନ କିମ୍ୱା ହ୍ୟାଣ୍ଡ ଓ୍ୱାଶରେ ପରିସ୍କାର ରଖନ୍ତୁ
- ଆଖି-ନାକ ଏବଂ ମୁହଁକୁ ବାରମ୍ୱାର ଛୁଅନ୍ତୁ ନାହିଁ
from Odisha Reporter https://ift.tt/2PZHI2O
No comments:
Post a Comment