ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୩ ମୃତ ୩ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 5, 2020

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୩ ମୃତ ୩ ଆହତ

ବେଙ୍ଗାଲୁରୁ: ଶୁକ୍ରବାର ବିଳମ୍ୱିତ ରାତ୍ରିରେ ଦୁଇଟି ଏସୟୁଭି କାର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି, ତିନି ଜଣ ଆହତ ହୋଇଛନ୍ତି। କର୍ଣ୍ଣାଟକର ମାଙ୍ଗାଲୁରୁ-ବେଙ୍ଗାଲୁରୁ ଜାତୀୟ ରାଜପଥ (ଏନଏଚ-୭୫)ରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏ ନେଇ କର୍ଣ୍ଣାଟକ ପୁଲିସ ସ୍ପଷ୍ଟ କରିଛି। ମୃତକଙ୍କ ମଧ୍ୟରେ ଚାରିଜଣ ମହିଳା ଏବଂ ଦୁଇ ଛୋଟ ଛୁଆ ରହିଛନ୍ତି। ଉଭୟ ଗାଡିର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ବେପରୁଆ ଭାବରେ ଗାଡ଼ି ଚଳାଇବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ଆକଳନ କରାଯାଇଛି। ଏ ନେଇ ପୁଲିସ ମାମଲା ରୁଜୁ କରିଛି।

ଚାରିଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏସୟୁଭି କାରଟି ପ୍ରଥମେ ଆଉ ଏକ ଏସୟୁଭି କାରକୁ ଧକ୍କା ଦେଇଥିଲା। ଏହାପରେ ଡିଭାଇଡରରେ ପିଟି ହୋଇଥିଲା ଏସୟୁଭି କାରଟି। କୁନିଗାଲରେ ରାତି ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ତୁମାକୁରୁ ଥାନା ଅଧିକାରୀ ଭାମସି କୃଷ୍ଣ କହିଛନ୍ତି। କୁନିଗାଲ ସହର ବେଙ୍ଗାଲୁରୁଠାରୁ ୭୫ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ରହିଛି।

ମୃତ ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ତାମିଲନାଡୁର କୃଷ୍ଣଗିରିର। ଏଥିରେ ଚାରି ବର୍ଷର ଛୋଟ ଛୁଆ ଏବଂ ବର୍ଷକର ଛୋଟ ଛୁଆ ବ୍ୟତୀତ ଚାରି ପୁରୁଷ ଏବଂ ଚାରି ମହିଳା ଅନ୍ତର୍ଭୁକ୍ତ ଥିଲେ। ଧର୍ମଶାଳା ତୀର୍ଥଯାତ୍ରୀ ସହରରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି। ଅନ୍ୟ ତିନିଜଣ ଆହତ ବେଙ୍ଗାଲୁରୁରୁ ଧର୍ମଶାଳା ଅଭିମୁଖେ ଯାଉଥିଲେ। ଏମାନଙ୍କୁ ଚିକିତ୍ସା ପାଇଁ ତୁମାକୁରୁ ଏବଂ ବେଙ୍ଗାଲୁରୁ ମଧ୍ୟରେ ଥିବା ନେଲାମାଙ୍ଗାଲାର ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି।



from Odisha Reporter https://ift.tt/2IlRLe7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages