ଏସ୍‌ସିବିରୁ ଚମ୍ପଟ୍‌ କରୋନା ସନ୍ଦିଗ୍ଧ ହୋଟେଲରୁ ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 5, 2020

ଏସ୍‌ସିବିରୁ ଚମ୍ପଟ୍‌ କରୋନା ସନ୍ଦିଗ୍ଧ ହୋଟେଲରୁ ଠାବ

କଟକ(ଓଡ଼ିଶା ରିପୋର୍ଟର): କଟକ SCB ମେଡିକାଲ୍‌ରୁ ଚମ୍ପଟ୍‌ ମାରିଥିବା କରୋନା ସନ୍ଦିଗ୍ଧଙ୍କ ପତ୍ତା ମିଳିଛି। ଭୁବନେଶ୍ୱରର ଏକ ହୋଟେଲରେ ସନ୍ଦିଗ୍ଧ ଆୟର୍ଲାଣ୍ଡ ନାଗରିକଙ୍କୁ ଠାବ କରାଯାଇଛି। ଗତକାଲି ରାତିରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ଆଡ଼େ ଚମ୍ପଟ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ବହୁ ଖୋଜାଖୋଜି ପରେ ସନ୍ଦିଗ୍ଧ ବ୍ୟକ୍ତିଜଣକ ଭୁବନେଶ୍ୱରର ଏକ ହୋଟେଲ୍‌ରେ ରହିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏକ ନୂଆ ଟ୍ୱିଷ୍ଟ୍‌ ସାମ୍ନାକୁ ଆସିଛି। SCB କର୍ତ୍ତୃପକ୍ଷ ଗୋଟିଏ କଥା କହୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଆଉ ଏକ କଥା କହୁଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା। ଏହାପରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ SCBକୁ ରେଫର କରାଯାଇଥିଲା। କିନ୍ତୁ ଗତକାଲି ରାତିରେ ଆୟର୍ଲାଣ୍ଡର ଏହି ନାଗରିକ ଜଣକ ଚମ୍ପଟ ମାରିଥିବା ନେଇ ମଙ୍ଗଳାବାଗ ଥାନାରେ ମୌଖିକ ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ, ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଜଣକ କ୍ୟାପିଟାଲ ହସ୍ପିଟାଲରୁ ରେଫର ହୋଇ ସହଯୋଗୀଙ୍କ ସହ କଟକ SCB ଆସିଥିଲେ। ସନ୍ଦିଗ୍ଧଙ୍କ ଜଣେ ସହଯୋଗୀ ରେଫରାଲ ଟିକେଟ୍ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସନ୍ଦିଗ୍ଧଙ୍କୁ ଆଣି ଆଡମିଟ କରିବାକୁ ତାଙ୍କୁ କୁହାଯିବାରୁ ସେ ତାଙ୍କୁ ଆଣିବା ପାଇଁ ତଳକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ନ ଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହା ପରଠୁ ସନ୍ଦିଗ୍ଧ କେଉଁ ଆଡ଼େ ଫେରାର ହୋଇଯାଇଥିବା ପୁଲିସ୍‌ର ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ସେପଟେ ଫେରାର କଥାକୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ସନ୍ଦିଗ୍ଧ ଜଣଙ୍କ ଭୁବନେଶ୍ୱରର ଏକ ହୋଟେଲ୍‌ରେ ରହିଛନ୍ତି। ତାଙ୍କୁ SCB ପଠାଯାଇଥିଲା। ହେଲେ ଆଡମିଟ୍ ହେବାକୁ ରାଜି ନ ହୋଇ ସେ ଫେରିଛନ୍ତି ବୋଲି କ୍ୟାପିଟାଲ୍ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।



from Odisha Reporter https://ift.tt/3cwzF7n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages