ଲକ୍‌ଡାଉନ୍‌ରେ ଏକାଠି ସମୟ ବିତାଉଛନ୍ତି ରଣବୀର-ଆଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ଲକ୍‌ଡାଉନ୍‌ରେ ଏକାଠି ସମୟ ବିତାଉଛନ୍ତି ରଣବୀର-ଆଲିଆ

ମୁମ୍ବାଇ: କରୋନା ପାଇଁ ଏବେ ସାରା ଦେଶକୁ ଲକ୍‌ଡାଉନ୍‌ କରିଦିଆଯାଇଛି। ସମସ୍ତଙ୍କ ପରି ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଏହି ସମୟରେ ଘରେ ରହୁଛନ୍ତି। କେହି କେହି ବିରକ୍ତ ହେଉଥିବା ବେଳେ ଆଉ କେହି କେହି ଘର ଲୋକଙ୍କ ସହିତ ଭଲରେ ସମୟ କାଟୁଛନ୍ତି। ଆଉ ଏଭଳି ଏକ ସମୟରେ ଏକାଠି ହୋଇଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର। ସେମାନେ ଏବେ ଏକାଠି ସମୟ ବିତାଉଥିବା ଜଣାପଡ଼ିଛି।

ସୋଶାଲ୍ ମିଡିଆରେ ସେମାନଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି। ଏଥିରେ ଦୁହେଁ ଘର ପରିସରରେ ଏକାଠି ବୁଲୁଥିବା ଦେଖିବାକୁ ମିଳିଛି। ଏଥିରେ ରଣବୀରଙ୍କ ପୋଷା କୁକୁରକୁ ମଧ୍ୟ ଦେଖିବାକୁ ମିଳିଛି। ଏହା ବ୍ୟତୀତ ଆଲିଆ ନିଜ ଇଷ୍ଟାଗ୍ରାମରେ ଏକ ଫଟୋ ମଧ୍ୟ ଶେଆର୍ କରିଛନ୍ତି, ଯେଉଁଥିରେ ରଣବୀରଙ୍କ ଦୁଇ ପୋଷା କୁକୁରଙ୍କୁ ଦେଖିବାକୁ ମିଳିଛି। ଏସବୁ ଫଟୋ ଓ ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଯାଉଛି ଯେ ଦୁହେଁ ଲକ୍‌ଡାଉନ୍‌ରେ ଏକାଠି ସମୟ ବିତାଉଛନ୍ତି।

View this post on Instagram

Time to show off some photography.. Ufff! #lovethypet

A post shared by Alia Bhatt (@aliaabhatt) on

କେବଳ ରଣବୀର ଓ ଆଲିଆ ନୁହନ୍ତି, ଅନ୍ୟ ଚର୍ଚ୍ଚିତ କପଲ୍ ମଲାଇକା ଅରୋରା ଓ ଅର୍ଜୁନ କପୁର ମଧ୍ୟ ଏକାଠି ସମୟ ବିତାଉଛନ୍ତି। ଅନ୍ୟପଟେ ଏକ୍ସ କପଲ୍ ହ୍ରିତିକ୍ ରୋଶନ୍ ଓ ସୁଜାନ୍ ଖାନ୍ ମଧ୍ୟ ଏବେ ଏକାଠି ସମୟ ବିତାଉଛନ୍ତି। ଏ ଦୁହେଁ ନିଜ ପିଲାମାନଙ୍କ ସହ ଏକାଠି ସମୟ ବିତାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ସୁଜାନ୍ ବର୍ତ୍ତମାନ୍ ହ୍ରିତିକଙ୍କ ଘରେ ରହୁଛନ୍ତି।

ସୂଚନାଯୋଗ୍ୟ, ରଣବୀର ଓ ଆଲିଆ ବର୍ଷେ ହେଲାଣି ପରସ୍ପରକୁ ଡେଟ୍ କରୁଥିବା ଖବର ଚର୍ଚ୍ଚାରେ ରହିଛି। ଏହା ମଧ୍ୟ କୁହାଯାଉଛି ଯେ ଚଳିତବର୍ଷ ସେମାନଙ୍କ ବାହାଘର ବି ହୋଇପାରେ। ହେଲେ କିଛି ଦିନ ହେବ ସୋଶାଲ୍ ମିଡିଆରେ ଦୁହିଁଙ୍କ ବ୍ରେକ୍ ଅପ୍ ଖବର ଉଡ଼ି ବୁଲୁଥିଲା। ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଭିଡିଓ ଦେଖିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏବେ ବି ସେମାନେ ଏକାଠି ଅଛନ୍ତି।



from Odisha Reporter https://ift.tt/2xvXEU8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages