ଗାଁ ନଳକୂପ ପାଖରେ ହାତଧୁଆ ଶିଖାଇ ଟ୍ରୋଲ ହେଲେ ଏଲିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ଗାଁ ନଳକୂପ ପାଖରେ ହାତଧୁଆ ଶିଖାଇ ଟ୍ରୋଲ ହେଲେ ଏଲିନା

ଭୁବନେଶ୍ୱର(ଓଡ଼ିଆ ରିପୋର୍ଟର): କରୋନା ଭାଇରସ୍‌ର ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ ରହିଛି, ଯାହା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ଜରୁରୀ ସେବାରେ ନିୟୋଜିତ ଲୋକଙ୍କ ଛଡ଼ା ଅନ୍ୟ ସମସ୍ତଙ୍କୁ ଘରେ ରହିବାକୁ କୁହାଯାଇଛି। ଏହି କ୍ରମରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକେ ବି ଘରେ ରହୁଛନ୍ତି ଓ କରୋନା ଭାଇରସ୍‌ ନେଇ ଲୋକଙ୍କୁ ସୋଶାଲ୍ ମିଡିଆରେ ସଚେତନ କରୁଛନ୍ତି। ତେବେ ଲକ୍‌ଡାଉନ୍‌ ପୂର୍ବରୁ ନିଜ ଗାଁକୁ ଚାଲି ଯାଇଥିବା ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ ଲୋକଙ୍କୁ ହାତଧୁଆ ଶିଖାଇ ଟ୍ରୋଲ୍‌ର ଶିକାର ହୋଇଛନ୍ତି।

ଏଲିନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଯେଉଁଠି ପାଇପ୍‌ ପାଣି ଓ ବେସିନ୍‌ ଆଦିର ସୁବିଧା ନାହିଁ ଏବଂ କେବଳ ନଳକୂପ ଅଛି, ସେଠାରେ କେମିତି ହାତକୁ ଭଲ ଭାବେ ଧୋଇ ହେବ, ସେ ବିଷୟରେ କହିଛନ୍ତି। ତା’ସହିତ ନିଜେ ହାତ ସଫା କରି ଦେଖାଇଛନ୍ତି। ତାଙ୍କର ଏହି ସଚେତନାମୂଳକ ଭିଡିଓଟିକୁ ଅନେକ ପ୍ରଶଂସା କରିଛନ୍ତି। ତେବେ କେହି କେହି ଟ୍ରୋଲ୍ କରିବାକୁ ବି ପଛାଇ ନାହାନ୍ତି। କେହି କେହି କହିଛନ୍ତି, ହାତ ସଫା କରିବା କିଏ ଶିଖିନି ଯେ ଆପଣ ଶିଖାଉଛନ୍ତି। ସେହିପରି ଜଣେ ୟୁଜର ଲେଖିଛନ୍ତି, ପ୍ରଥମେ ଯେଉଁ ନଳକୂପ ପାଖରେ ବସିଛନ୍ତି, ତା’ ଚାରିପାଖକୁ ସଫା କରନ୍ତୁ। ସେଇଟା ବହୁତ ଅପରିଷ୍କାର ଦେଖାଯାଉଛି।

 

View this post on Instagram

 

Thank you @sivani_sangita & @antaraofficial for nominating.! #safehandschallenge

A post shared by Elina (@rayelinasamantaray) on

ସୂଚନାଯୋଗ୍ୟ, ଏବେ ଓଲିଉଡର ପ୍ରାୟ କଳାକାର ଘରେ ରହି ସୋଶାଲ୍ ମିଡିଆ ଜରିଆରେ ଫ୍ୟାନ୍‌ମାନଙ୍କ ସହିତ ଯୋଡ଼ି ହେବାକୁ ଚେଷ୍ଟା କରୁଛନ୍ତି। ସେହିଭଳି କିଛି କଳାକାର ଘରେ ରହି ଚିତ୍ର ଆଙ୍କିବାରେ ବ୍ୟସ୍ତ ରହୁଛନ୍ତି ତ ଆଉ କିଏ ଅଳ୍ପ ସମୟ ଘରୁ ବାହାରି ବୁଲା କୁକୁର ଓ ଗାଈଗୋରୁଙ୍କୁ ଖାଇବାକୁ ଦେଉଛନ୍ତି।



from Odisha Reporter https://ift.tt/3dyZvIp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages