ପଜିଟିଭ୍ ରୋଲ୍‌ରେ ଆସୁଛନ୍ତି ମନୋଜ, ନୱାଜ୍‌ଙ୍କ ସହ ଏବେବି ଅଛି ଯୋଗାଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 3, 2020

ପଜିଟିଭ୍ ରୋଲ୍‌ରେ ଆସୁଛନ୍ତି ମନୋଜ, ନୱାଜ୍‌ଙ୍କ ସହ ଏବେବି ଅଛି ଯୋଗାଯୋଗ

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ବଲିଉଡ୍, ଓଲିଉଡ୍‌ ଓ ଟଲିଉଡ୍‌ ସହିତ ଭୋଜ୍‌ପୁରୀ ଫିଲ୍ମରେ ଅଭିନୟ କରିଛନ୍ତି ମନୋଜ ମିଶ୍ର। ପ୍ରାୟ ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଆଗକୁ ଆପଣମାନେ ତାଙ୍କୁ ଏକ ସକାରାତ୍ମକ ଚରିତ୍ରରେ ଦେଖିପାରିବେ। ତାଙ୍କର ଏକ ୱେବ୍‌ ସିରିଜ୍ ’72 hours’ ରିଲିଜ୍‌ ହେବାକୁ ଯାଉଛି। ଏହି ୱେବ୍‌ ସିରିଜ୍‌ଟି ତରଙ୍ଗ ପ୍ଲସ୍‌ ଆପ୍‌ରେ ଷ୍ଟ୍ରିମିଂ କରିବ।

ଜଣେ ବାପା ତା ଝିଅକୁ କେତେ ଭଲ ପାଏ ଏବଂ ଯେତେବେଳେ ଝିଅ କୌଣସି ବିପଦରେ ଥାଏ, ସେତେବେଳେ ତାକୁ ବଞ୍ଚାଇବା ପାଇଁ ସେ କେମିତି ଚେଷ୍ଟା କରନ୍ତି, ତାକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି। ଏହି ୱେବ୍‌ ସିରିଜ୍‌ରେ ମନୋଜ ମିଶ୍ରଙ୍କ ସହ ମିହିର ଦାସ ଏବଂ ଅନୁ ଚୌଧୁରୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ପ୍ରଥମ ଥର ଏକ ସକାରାତ୍ମକ ଭୂମିକାରେ ଅଭିନୟ କରି କେମିତି ଲାଗୁଛି ପଚାରିବାରୁ ମନୋଜ କହିଥିଲେ, “ମୁଁ ସବୁବେଳେ ହିରୋ ହେବାକୁ ଚାହୁଁଥିଲି। କିନ୍ତୁ ମୋ ଲୁକ୍‌ ଖଳନାୟକ ପାଇଁ ଅଧିକ ଠିକ୍‌ ଲାଗିଲା ବୋଲି ମୋତେ ଖଳନାୟକ ଭୂମିକା ମିଳେ। ଏବେ ଏହି ୱେବ୍‌ ସରିଜ୍‌ରେ ସକାରାତ୍ମକ ଚରିତ୍ରରେ ଅଭିନୟ କରି ମୋତେ ହିରୋ ଭଳି ଅନୁଭବ ହେଉଛି। ଆଉ ଏ ଚରିତ୍ରକୁ ମୁଁ କେତେ ଭଲ କରିପାରିଛି, ସେକଥା ଦର୍ଶକ ମାନେ ଠିକ୍‌ ଭାବେ କହିପାରିବେ।”

ଆପଣମାନେ ତ ଜାଣିଥିବେ, ମନୋଜ ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି)ର ଛାତ୍ର। ସେ ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ସହିତ ପଢ଼ୁଥିଲେ। ମନୋଜ କହନ୍ତି, ନୱାଜଙ୍କ ସହ ତାଙ୍କର ବନ୍ଧୁତା ବହୁତ ବେଶ୍‌ ଭଲ। ବିଭିନ୍ନ ଫିଲ୍ମକୁ ନେଇ ସେ ତାଙ୍କ ସହିତ କଥା ହୁଅନ୍ତି। ଏବେବି ସେ ତାଙ୍କ ସହ କଥା ହୁଅନ୍ତି। ନୱାଜ ଜଣେ ଭଲ ଅଭିନେତା ସହିତ ଜଣେ ଭଲ ବନ୍ଧୁ ମଧ୍ୟ।

ମନୋଜ ଆହୁରି କହନ୍ତି, “ମୁଁ ନୱାଜଙ୍କର ବହୁତ ଖରାପ ସମୟ ଦେଖିଛି। ଏନ୍‌ଏସ୍‌ଡିରେ ପଢ଼ିବା ସମୟରେ ତାଙ୍କର ବହୁତ ଖରାପ ସମୟ ଚାଲିଥିଲା। ବହୁତ କଷ୍ଟରେ ସେ ପାଠ ପଢ଼ିଛନ୍ତି। ସେତେବେଳେ ନୱାଜଙ୍କୁ କେହି ଚିହ୍ନି ନଥିଲେ। କିନ୍ତୁ ସେ ଲୋକପ୍ରିୟ ହୋଇଗଲେଣି। ତେଣୁ ମୁଁ ତାଙ୍କୁ ଏବେ ବେଶି ଫୋନ୍‌ କରି ତାଙ୍କ ସମୟ ନଷ୍ଟ କରିବାକୁ ଚାହୁଁନି।”

 

 

 



from Odisha Reporter https://ift.tt/3apTFq7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages