ଆଉ ଶୁଣାଣି କରିବେନି ଚିଟଫଣ୍ଡ କମିଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 3, 2020

ଆଉ ଶୁଣାଣି କରିବେନି ଚିଟଫଣ୍ଡ କମିଶନ

କଟକ (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ। ଗତକାଲିଠାରୁ କମିଶନ ଶୁଣାଣି ବନ୍ଦ ରଖିଛନ୍ତି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଫେବ୍ରୁଆରୀ ୪ ତାରିଖରେ ଶେଷ ହୋଇଥିବା ବେଳେ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇ ନାହିଁ। ଏହାପରେ କମିଶନ ବସିବ ନାହିଁ ବୋଲି ନୋଟିସ୍‌ ଜାରି କରାଯାଇଛି। କଟକ ବକ୍ସିବଜାର ପୁଲିସ ଲାଇନରେ ଥିବା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଚିଟଫଣ୍ଡ ଘଟଣା ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ ତାରିଖରେ କମିଶନ ଗଠନ କରାଯାଇଥିଲା। କମିଶନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ଏବଂ ପରେ ୬ ମାସକୁ ବୃଦ୍ଧି କରାଯାଇଥିଲା। ଶେଷଥର ଲାଗି ୨୦୧୯ ଅଗଷ୍ଟ ୪ ତାରିଖରେ କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ପୂରିଥିବା ବେଳେ ଅଗଷ୍ଟ ୨ ତାରିଖରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। କମିଶନଙ୍କ କାର୍ଯ୍ୟକାଳ ଗତ ଫେବ୍ରୁଆରୀ ୪ ତାରିଖରୁ ଶେଷ ହୋଇଯାଇଛି। ସରକାର କାର୍ଯ୍ୟକାଳ ବୃଦ୍ଧି କରି ନଥିବାରୁ ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ ବୋଲି ନୋଟିସରେ ପ୍ରକାଶ କରାଯାଇଛି।



from Odisha Reporter https://ift.tt/2VKjfCe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages