ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ; ପୋଷ୍ଟର ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

ପୁଣି ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିବାଦ; ପୋଷ୍ଟର ଭାଇରାଲ

ପୁରୀ(ମଧୁସୂଦନ ମିଶ୍ର):  ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ନିକଟରେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରଶ୍ନ ଉଠିବା ଫଳରେ ଏବେ ଇସ୍କନ ତରଫରୁ ଭିନ୍ନ ଢଙ୍ଗରେ ଏହାକୁ ପାଳନ କରାଯାଉଛି। ଏହାର ନାଁ ’ହରେକୃଷ୍ଣ ଫେଷ୍ଟିଭାଲ’ ଦିଆଯାଇଛି। ମଥୁରାରେ ଏହି ପୋଷ୍ଟର ଲଗାଯାଇଥିବା ବେଳେ ସୋଶାଲ ମିଡିଆରେ ତାହା ଭାଇରାଲ ହୋଇଛି। ମାର୍ଚ୍ଚ ୧୮ରେ ଏହି  ରଥଯାତ୍ରା ହେବାକୁ ଯାଉଛି। ତେବେ ଭିନ୍ନ ଢଙ୍ଗରେ ରଥଯାତ୍ରା କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଗାଜିଆବାଦର ଶ୍ରୀମଦ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ତରଫରୁ ଗତ ଡିସେମ୍ବର ୨୯ରେ ରଥଯାତ୍ରା କରିବା ନେଇ ବିଜ୍ଞାପନ ପ୍ରକାଶ ପାଇବା ପରେ ବିବାଦ ତେଜିଥିଲା । ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯିବାପରେ ଏହା ବନ୍ଦ କରାଯାଇଥିଲା। ପରେ ମୁମ୍ବାଇର ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରା ପରେ ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଆଉ ନିଷ୍ପତ୍ତି ହୋଇଥିଲା ଗଜପତି  ମହାରାଜା ଇସ୍କନକୁ ଅଦିନିଆ ରଥଯାତ୍ରାରୁ ବିରତି ରହିବାକୁ ଚିଠି ପ୍ରଦାନ କରିବେ ଏବଂ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ। ଯାହାକୁ ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗବେଷଣାତ୍ମକ ବୈଠକ ହୋଇଥିଲା। ହେଲେ ତାହା ଫଳପ୍ରଦ ହୋଇପାରି ନ ଥିଲା।

ଏନେଇ ବରିଷ୍ଠ ଦଇତା ପତି ବିନାୟକ ଦାସ ମହାପାତ୍ର କହିଛନ୍ତି,“ ଯେତେବେଳେ ଅଦିନିଆ ରଥଯାତ୍ରା ହେଉଛି, ସେତେବେଳେ ଦୁଇରୁ ତିନି ଥର ପରିଚାଳନା କମିଟି ବୈଠକ ବସିଥିଲା। ହେଲେ ସେହି ବୈଠକ ପରେ କୌଣସି ତତ୍ପରତା ପ୍ରକାଶ ନ ପାଇବାରୁ ଏହାର ଫାଇଦା ଇସ୍କନ୍‌ ନେଇଛି। ପଇସା ଲୋଭରେ ଯେଉଁ ଇସ୍କନର ଦଲାଲ୍ ଏପରି କାମ କରୁଛନ୍ତି ସେମାନେ ଯତ୍ନବାନ ହେବା ଦରକାର।”

 

 



from Odisha Reporter https://ift.tt/38r18nq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages